ସଂକ୍ଷେପରେ ଆଜିର ତାଜା ଖବର - Monday, 20 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗର୍ଭରେ ଗୃହରେ ଉତ୍ପାତ କରୁଛନ୍ତି ମୁଷା-ଅସରପା !

ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି । More

ନବ ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ଗର୍ଜନ, ଗୋପାଳକୁ ନେଇ ବିଧାନସଭାରେ ମନ୍ତ୍ରୀ ଦେଲେ ନୂଆ ତଥ୍ୟ..

ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା । More

ଏଥର ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ସୀମା ଟପିଲା ! ପ୍ରଶ୍ନପତ୍ର ଲିକ୍‌ ନେଇ କମ୍ପିଲା ଗୃହ...

ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି । More

ସୋସିଆଲ ମିଡିଆରେ ପଖାଳ କ୍ରେଜ୍; ଟ୍ରେଣ୍ଡିଂ ପାଲଟିଛି ପଖାଳ ଦିବସ

ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍‌ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି । More

ରାଜ୍ୟ ସରକାରଙ୍କୁ ଭର୍ତ୍ତୃହରିଙ୍କ ତେର୍ଚ୍ଛା ବାଣ ! କହିଲେ ବାଟ ହୁଡ଼ିଲାଣି ରାଜନୀତି...

ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି । More

ପଶ୍ଚିମା ଝଡ଼ ପ୍ରଭାବ; ରାଜଧାନୀରେ କୁଆପଥର ସହ ବର୍ଷା

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି । More

ମାଟ୍ରିକ ପରୀକ୍ଷାରେ ଭଲ ନହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି। More

ନବ ଦାସ ହତ୍ୟା ମାମଲା; ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ । More

ସାବଧାନ ! ! ! ବୁଲୁଛି ମହାବଳ, ବାଡ଼ିରୁ ବୃଦ୍ଧାଙ୍କୁ ଝାମ୍ପି ନେଇ ନେଲା ଜୀବନ...

ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ବୃଦ୍ଧାଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି। More

ଶେଷ ହେଲା ମାଟ୍ରିକ୍‌ ପରୀକ୍ଷା : ଆସନ୍ତା ୩ରୁ ଖାତାଦେଖା ଆରମ୍ଭ

ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ: ବୋର୍ଡ ସଭାପତି More

Today Panchang 20th March 2023: ଜାଣନ୍ତୁ, ଆଜିର ଘାତ ଚନ୍ଦ୍ର ଓ ବାର

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ସୋମବାର, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୧.୪୭ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – ମିଥୁନ, ମୀନ ଅହୋରାତ୍ର, ଘାତ ବାର- ମିଥୁନ,ପୁଷ୍କର ଦୋଷ – ରାତ୍ରି ୦୭.୩୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ More

କୋଟିଏ ଟଙ୍କାର ପୋଖରୀ : ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ନାଁରେ ହରିଲୁଟ୍

କୋଟିଏ ଟଙ୍କାର ପୋଖରୀ । ଏମିତି ଏକ ପୋଖରୀ ଯାହାର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ କାଗଜପତ୍ରରେ ୧ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଗ୍ରାଉଣ୍ଡ ଜିରୋର ଚିତ୍ର ଯେ ସଂପୂର୍ଣ୍ଣ ଭିନ୍ନ । More

ଆହୁରି ୨ ଦିନ ତାଣ୍ଡବ ରଚିବ ପଶ୍ଚିମା ଝଡ଼ ! ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି। More

ଅଣାୟତ ଟ୍ରାଫିକ ବ୍ୟବସ୍ଥା : କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼

ଦିନକୁ ଦିନ ଅଣାୟତ ହେଲାଣି ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା । କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ବଢୁଛି ଭିଡ଼... ଅବସ୍ଥା ଏଭଳି ଯେ, ଗାଡ଼ିମଟର ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି । More

ସାବଧାନ ! ନଦୀରେ ବୁଲୁଛି ବଉଳା କୁମ୍ଭୀର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ମାତିଥିବାର ଖବର ଜଣାପଡ଼ିବା ପରେ ଏବେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯ।ଇଛି । ଖବର ଜଣାପଡ଼ିବା ପରେ ସତର୍କ କରାଇଛି ବନ ବିଭାଗ... More

କୋମାକୁ ଚାଲିଗଲାଣି କୋରାପୁଟର ସବୁ ଆୟୁର୍ବେଦିକ ସଂସ୍ଥା

କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । କେବଳ କୋରାପୁଟ କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଚିକିତ୍ସାଳୟ ସବୁ କୋମାକୁ ଚାଲିଗଲାଣି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି.. More

ଧାଏଁ ଧାଏଁ ବଢୁଛି ସୁନା ଦର, ୧୦ ଦିନରେ ୫ ହଜାର ବୃଦ୍ଧି

ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । More

ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ । More

ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ । More