ସଂକ୍ଷେପରେ ଆଜିର ତାଜା ଖବର - Saturday, 22 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ?

ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା।  More

୨୦ କୋଟି ଦେଲେନି, ଏବେ ୧୦୦ କୋଟି ତଣ୍ଡ ଗଣିବେ ସରକାର

୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି । ସୁଧମୂଳ ସହ ଏବେ ଏତେ ଟଙ୍କା ଗଣାହେବ ରାଜ୍ୟ ରାଜ୍ୟକୋଷରୁ । More

ରାଜେନ୍ଦ୍ରଙ୍କ ସମର୍ଥକଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭଦ୍ରକରେ ପହଞ୍ଚିବାପରେ ୟୁଟର୍ଣ୍ଣ ନେଇଥିଲେ ରାଜୁ ଆଉ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଥିଲେ। More

ଅର୍ଚ୍ଚନା ନାଗଫାଶକୁ ନେଇ ତେଜିଲା ରାଜନୀତି; ସିପି ଅଫିସ୍ ଆଗରେ ବିଜେପିର ଅହୋରାତ୍ର ଧାରଣା

ଅର୍ଚ୍ଚନା ହନିଟ୍ରାପରେ ନେତାଙ୍କ ସଂପୃକ୍ତି ନେଇ ତେଜିଲା ରାଜନୀତି । ପୋଲିସ କମିଶନରଙ୍କ ଅଫିସ ସାମ୍ନାରେ ବିଜେପିର ହଲ୍ଲାବୋଲ । More

ବିଦ୍ୟୁତ ତାରରେ ଲାଗିଗଲା ଛେଳି; ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ୩ ମହିଳା

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। More

ଦେଢ଼ ଦଶନ୍ଧି ପରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ

କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍‌ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍‌ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ? More

'ବିଜେଡି ପ୍ରସ୍ତାବରେ ରାଜି ନହୋଇଥିଲେ ଆଉ ଭଦ୍ରକ ଫେରିପାରିନଥାନ୍ତେ ରାଜୁ ଦାସ'

ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ। More

ସୂର୍ଯ୍ୟୋପରାଗ ଦିନ ସ୍କୁଲ-କଲେଜ ସବୁ ଛୁଟି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । More

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ! ଜଳିଗଲା ଦୋକାନ, ଜଣେ ମୃତ

ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି । More

ଏବେ ଜେଲ୍‌ରେ ନାଗ-ଚାନ୍ଦ ଦମ୍ପତି, ୱାଡରଙ୍କ ଉପସ୍ଥିତିରେ ହେବ ଭେଟାଭେଟି

ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଦେଖା କରିପାରିବେ ବୋଲି ସୂଚନା ମିଳିଛି । More

ଜଙ୍ଗଲରେ ପରିଣତ ଶିଶୁ ଉଦ୍ୟାନ, ନିର୍ମାଣାଧିନ ପାର୍କ ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ

ଯାଜପୁର ଜିଲ୍ଲା ବ୍ୟାସନଗର ସହର ଇନ୍ଧିରା ଗାନ୍ଧି ମହିଳା କଲେଜ ପଛରେ ଥିବା ଶିଶୁ ଉଦ୍ୟାନର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୨୦୧୭ ମସିହାରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। More

ଜଗବନ୍ଧୁ ଡାଏରୀକୁ ନେଇ ବଢ଼ିଲାଣି ସସ୍‌ପେନ୍ସ, ପୋଲିସ କହିବ ତ କାହା ନାଁ ରହିଛି ସେଥିରେ..

ଜଗବନ୍ଧୁ ଘରୁ ଡାଏରୀ ସହ ମିଳିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ୪ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍ ସହ ମିଳିଛି ଡାଏରୀ । More

ବାଣ ବେପାରୀ ହତାଶ ! ବାତ୍ୟା ଭୟକୁ ଚଢ଼ା ଦର, ଦୋକାନ ମୁହଁ ମାଡ଼ୁ ନାହାନ୍ତି ଗ୍ରହକ

ବାଣ ବଜାର ଉପରେ ବାତ୍ୟା ଓ ବର୍ଷା ଆଶଙ୍କାର ପ୍ରଭାବ । ବାତ୍ୟା ଭୟ ଯୋଗୁଁ ମାନ୍ଦା ପଡ଼ିଛି ବାଣ ବ୍ୟବସାୟ । More

ଅଧରାତିରେ ଘରେ ରକ୍ତ ନଦୀ ବୁହାଇଲା ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରି ଫେରାର

ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ତ୍ରୀ ଫେରାର ଅଛି। More

ବାତ୍ୟା ସିତ୍ରାଙ୍ଗ ପ୍ରଭାବ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା More

କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏ ଚାକିରି ପାଇଁ ଆଉ ଦେବାକୁ ପଡ଼ିବନି ଇଣ୍ଟରଭିୟୁ

ନ୍ୟାୟିକ ଅଧିକାରୀଙ୍କ ଦରମା ବୃଦ୍ଧି ପାଇଁ ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନଙ୍କ ସୁପାରିଶକୁ ମିଳିଛି କ୍ୟାବିନେଟ ମଂଜୁରୀ। More

ସଂପୂର୍ଣ୍ଣ ନିରପେକ୍ଷ ଖବର ପରିବେଷଣ ପାଇଁ ଭେଙ୍କେୟାଙ୍କ ଆହ୍ୱାନ 

କନକ୍ଲେଭର ଗୋଟିଏ ସେସନ୍‌ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା।  More

ବାତ୍ୟା ସିତ୍ରାଙ୍ଗ: ରାଜ୍ୟରେ ପବନ କମ୍, ଅଧିକ ହେବ ବର୍ଷା

୨୪ରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। More

ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

ଆପଣଙ୍କ ମୋବାଇଲ୍‌କୁ ବି ୪ଜିରୁ ୫ଜି ସିମ୍‌କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍‌ଏସ୍‌ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍‌ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍‌ଝଟ୍‌ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ । More

‘ଯିଏ ପୁଅର ସ୍ଥାନ ନେଇଥିଲା, ସେ ବି ଆମକୁ ଛାଡ଼ି ଚାଲିଗଲା’

ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ । More