Advertisment

ସଂପୂର୍ଣ୍ଣ ନିରପେକ୍ଷ ଖବର ପରିବେଷଣ ପାଇଁ ଭେଙ୍କେୟାଙ୍କ ଆହ୍ୱାନ

କନକ୍ଲେଭର ଗୋଟିଏ ସେସନ୍‌ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା।

author-image
Chandan Shishu
ଅଦ୍ୟତନ ହୋଇଛି
 NBF Conclave

NBF Conclave

ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଥିବାରୁ ଏହାକୁ ନେଇ ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ୍‌ ନ୍ୟାସନାଲ କନକ୍ଲେଭରେ ଉଦବେଗ। ବିଭିନ୍ନ ସମୟରେ ଗଣମାଧ୍ୟମକୁ ନିଜ ଇଚ୍ଛା ଅନୁସାରେ ପରିଚାଳିତ କରିବାକୁ ବାହାରୁ ଚେଷ୍ଟା କରାଯାଉଥିବାରୁ ଚିନ୍ତା ପ୍ରକାଶ ପାଇଛି। କନକ୍ଲେଭକୁ ଉଦଘାଟନ କରି ଗଣମାଧ୍ୟମର ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ବର୍ତ୍ତମାନର ନୁ୍ୟଜ ଇଣ୍ଡଷ୍ଟ୍ରି ସମ୍ମୁଖୀନ ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜ, ଖବରର ଭବିଷ୍ୟତ, ନ୍ୟୁଜ ଚ୍ୟାନେଲଗୁଡ଼ିକର ରେଟିଂ, ଡିଜିଟାଲ ନ୍ୟୁଜ୍ ଆଦି ପ୍ରସଙ୍ଗ ଉପରେ ଏହି କନକ୍ଲେଭରେ ଆଲୋଚନା ହୋଇଥିଲା।

Advertisment

ତଥ୍ୟ ସମ୍ବଳିତ ସୂଚନା ଅସ୍ତ୍ରଶସ୍ତ୍ରଠାରୁ ବି ଶକ୍ତିଶାଳୀ କିନ୍ତୁ କେତେକ କ୍ଷେତ୍ରରେ ଖବର କେବଳ ହେଡଲାଇନ୍‌ରେ ରହିଯାଉଛି। ଏହା ଭଲ ନୁହେଁ ବୋଲି ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ୍‌ର ନ୍ୟାସନାଲ କନକ୍ଲେଭରେ କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସଂପୂର୍ଣ୍ଣ ନିରପକ୍ଷେ ଭାବେ ଖବର ପରିବେଷଣ କରିବାକୁ ସେ ଗଣମାଧ୍ୟମଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସେପଟେ ଗଣମାଧ୍ୟମକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଥିବାରୁ କନକ୍ଲେଭରେ ଉଦବେଗ ପ୍ରକାଶ ପାଇଛି। ଡଜ୍ ମିଡିଆ ନିଡ୍ ଏ ଓ୍ୱାଚ୍ ଡଗ୍ ଶୀର୍ଷକ ଆଲୋଚନାରେ ଭାଗ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ। କିପରି ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗୋଟିଏ ରାଜ୍ୟ ସରକାର ହଇରାଣ କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ତାହା ସଫଳ ହୋଇନଥିବା କହିଥିଲେ ବୈଜୟନ୍ତ ପଣ୍ଡା।

କନକ୍ଲେଭର ଗୋଟିଏ ସେସନ୍‌ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା। ଏହାକୁ ଅଧିକ ବିଶ୍ୱସନୀୟ କରିବାକୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ ବାର୍କ କଣ ପଦକ୍ଷେପ ନେଉଛି ବୋଲି ପଚାରିଥିଲେ ଓଟିଭି ନେଟଓ୍ୱର୍କର ଏମଡି ଜଗି ମଙ୍ଗତ ପଣ୍ଡା।  ଉତ୍ତରରେ ବାର୍କ ଚେୟାରମ୍ୟାନ ଶଶି ସିହ୍ନା କହିଥିଲେ, ଡିଟିଏଚ୍‌ରେ ଅଧିକ ନମୁନା ସଂଗ୍ରହ କରିବା ସମ୍ଭବ, କିନ୍ତୁ ରାଜି ହେଉ ନାହାନ୍ତି କେବୁଲ ଅପରେଟର।  ସେପଟେ ଡିଜିଟାଲ ମିଡିଆର ଆଦୃତି ଦିନକୁ ଦିନ ବଢୁଛି। ନ୍ୟୁଜ୍‌ର ଏହି ନୂଆ ପ୍ଲାଟଫର୍ମର କଣ୍ଟେଣ୍ଟକୁ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର ରାଜସ୍ବ ମିଳୁନଥିବା କହିଥିଲେ ଓଟିଭି ନେଟଓ୍ୱର୍କର ବିଜନେସ୍ ଡଭଲପମେଣ୍ଟ ଅଫିସର ଲିତିଶା ମଙ୍ଗତ ପଣ୍ଡା।

Advertisment

ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ ଦରବାର ହଲ୍‌ରେ ଆୟୋଜିତ ନ୍ୟୁଜ ବ୍ରଡକାଷ୍ଟିଂ ଫେଡେରେସନ୍ NBFର ନ୍ୟାସନାଲ କନକ୍ଲେଭକୁ ଉଦ୍ଘାଟନ କରିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ, ରିପବ୍ଲିକ ଟିଭି, ଟିଭି ନାଇନ୍ ନେଟଓ୍ୱର୍କ, ଆଇଟିଭି ନେଟଓ୍ୱର୍କ ଭଳି ଦେଶର ବହୁ ବଡ଼ ବଡ଼ ଟେଲିଭିଜନ ନ୍ୟୁଜ୍ ବ୍ରଡକାଷ୍ଟ ସଂସ୍ଥା ଏନଡିଏଫ୍‌ର ସଦସ୍ୟ ଅଛନ୍ତି। କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Venkaiah Naidu
Advertisment
Advertisment