Advertisment

କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏ ଚାକିରି ପାଇଁ ଆଉ ଦେବାକୁ ପଡ଼ିବନି ଇଣ୍ଟରଭିୟୁ

ନ୍ୟାୟିକ ଅଧିକାରୀଙ୍କ ଦରମା ବୃଦ୍ଧି ପାଇଁ ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନଙ୍କ ସୁପାରିଶକୁ ମିଳିଛି କ୍ୟାବିନେଟ ମଂଜୁରୀ।

author-image
Chandan Shishu
Students in Exam Center

Students in Exam Center

୧୨୫ଟି ନୂଆ ଓଏଏସ୍ ପଦବୀ ସୃଷ୍ଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟଭାର ବଢୁଥିବାରୁ ଏହି ୧୨୫ଟି ନୂଆ ପଦବୀ ସୃଷ୍ଟି କରାଯିବ। କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି। ପ୍ରତି ଜିଲ୍ଲାପାଳଙ୍କ ଅଫିସରେ ଆଉ ୨ଟି ଲେଖାଏଁ ଡେପୁଟି କଲେକ୍ଟର ପଦବୀ ରହିବ। ନୂଆ ପଦବୀକୁ ମିଶାଇ ରାଜ୍ୟରେ ଓଏସ୍ ପଦବୀ ସଂଖ୍ୟା ୧ ହଜାର ୩୧୩କୁ ବୃଦ୍ଧି ପାଇଛି।

Advertisment

ସେହିପରି ଭିଏଏସ୍ ଚାକିରି ପାଇଁ ଏବେ କେବଳ ଲିଖିତ ପରୀକ୍ଷା କରିବାକୁ କ୍ୟାବିନେଟ ହୋଇଛି ନିଷ୍ପତ୍ତି।  VAS ପାଇଁ ଆଉ ଇଣ୍ଟରଭିୟୁ ଦେବାକୁ ପଡ଼ିବ ନାହିଁ।ଏଥିପାଇଁ ଭେଟନାରି ଆସିଷ୍ଟାଣ୍ଟ ସର୍ଜନ ଚାକିରି ସର୍ତ୍ତାବଳୀରେ ସଂଶୋଧନ କରାଯିବ। 

ଏହା ସହିତ ନ୍ୟାୟିକ ଅଧିକାରୀଙ୍କ ଦରମା ବୃଦ୍ଧି ପାଇଁ ଦ୍ୱିତୀୟ ନ୍ୟାସନାଲ ଜୁଡିସିଆଲ ପେ କମିଶନଙ୍କ ସୁପାରିଶକୁ ମିଳିଛି କ୍ୟାବିନେଟ ମଂଜୁରୀ। ଏହା ପିଛିଲା ଭାବେ ୨୦୧୬ରୁ ଲାଗୁ ହେବ। ଏଥିପାଇଁ ବର୍ଷକୁ ଅତିରିକ୍ତ ୯୩ଟି କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ୱାରା ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଉପକୃତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment
Odisha Cabinet Decision
Advertisment
Advertisment