Advertisment

କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ?

ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା।

author-image
Chandan Shishu
ଅଦ୍ୟତନ ହୋଇଛି
Advertisement for Dhanu Jatra

Advertisement for Dhanu Jatra

ଏଥର କିଏ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ମହାରାଜ?  ଧନୁଯାତ୍ରାର ମହାନାୟକ କଂସ ସହ ଅନ୍ୟ ଚରିତ୍ର ଲାଗି କଳାକାର ଚୟନ ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଥିବାରୁ ଆଜିଠୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆରମ୍ଭ ହେଇଗଲାଣି ଗହଳି।ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂଆ କରି ହେବ କଳାକାର ଚୟନ। ଯାତ୍ରାର ମହାନାୟକ କଂସ ମହାରାଜଙ୍କ ସମେତ ଦେବକୀ, ବସୁଦେବ, ଉଗ୍ରସେନ, ମହାମନ୍ତ୍ରୀ, ସେନାପତି, ଆଦି ପ୍ରମୁଖ ଚରିତ୍ର ପାଇଁ ଆବେଦନ ଲାଗି ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ବିଜ୍ଞାପନ ପରେ ଜିଲ୍ଲାପାଳଙ୍କ ଅଫିସରେ ଲାଗିଲାଣି କଳାକାରଙ୍କ ଗହଳି।

Advertisment

ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ୩୧ ତାରିଖ। ଏପରିକି ଅନଲାଇନ୍‌ରେ ବି ଦରଖାସ୍ତ ଦାଖଲ କରିହେବ। ଯୋଗ୍ୟତା ହେଲା- ଖୋଲା ମଞ୍ଚରେ ବିନା ପାଣ୍ଡୁଲିପିରେ ଅଭିନୟ ଦକ୍ଷତା। ସର୍ତ୍ତ ହେଲା- ଏଠି ଅଭିନୟ କରୁଥିବା କଳାକାର ଅନ୍ୟସ୍ଥାନରେ ସେହି ଭୂମିକାରେ ଅଭିନୟ କରିପାରିବେ ନାହିଁ। ତେବେ କେବଳ କଂସ ଭୂମିକା ୧୮ରୁ ୬୦ ବର୍ଷ ପର୍ଯ୍ୟନ୍ତ ବୟସସୀମା ରହିଛି।

ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା। ତେଣୁ ଏହି ଚରିତ୍ରର ଡିମାଣ୍ଡ ଅଧିକ ନାମୀ ଦାମୀ କଳାକାରଙ୍କ ଇଚ୍ଛା, କଂସ ଭୂମିକାଟି ମିଳନ୍ତା କି। କାରଣ କଳା ପ୍ରଦର୍ଶନ ସହିତ ଆଧ୍ୟାତ୍ମିକ ଦିଗ ବି ରହିଛି। ହେଉ ପଛେ ଅଭିନୟ, ଶ୍ରୀକୃଷ୍ଣଙ୍କ ମାମୁଁ ହେବା ବଡ଼ ସୌଭାଗ୍ୟର କଥା। ତେଣୁ ଏଇ ଭୂମିକାରେ ଅଭିନୟ ପାଇଁ ଏଥର ୪୦ରୁ ଅଧିକ ଆଶାୟୀ।

Advertisment

ଏ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂରିବ। ହୀରକ ଜୟନ୍ତୀ ପାଳନ କରିବ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚର ନାଟକ। ତେଣୁ ଏଥର ଯାତ୍ରାକୁୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଲକ୍ଷ୍ୟ ରଖିଛି ଧନୁଯାତ୍ରା ମହୋତ୍ସବ ସମିତି। ଡିସେମ୍ବର ୨୩ରୁ ଜାନୁଆରି ୬ ତାରିଖ ଯାଏ ହେବ ବରଗଡ଼ ଧନୁଯାତ୍ରା।

(ରିପୋର୍ଟ: ବରଗଡ଼ରୁ ଦୀପକ ଶର୍ମା)

Dhanu Jatra
Advertisment
Advertisment