Advertisment

ଅଧରାତିରେ ଘରେ ରକ୍ତ ନଦୀ ବୁହାଇଲା ସ୍ତ୍ରୀ, ସ୍ୱାମୀକୁ ହତ୍ୟା କରି ଫେରାର

ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ତ୍ରୀ ଫେରାର ଅଛି।

author-image
Rajalaxmi Sahoo
Wife Kills Husband In Bolangir

Wife Kills Husband In Bolangir

ସ୍ୱାମୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କଲା ସ୍ତ୍ରୀ। ସ୍ୱାମୀ ଶୋଇଥିବା ବେଳେ ଅଧରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଦିବ୍ୟ ସିଂ ଭୋଇ। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ତ୍ରୀଙ୍କ ନାଁ ଯଶୋନ୍ଦା ଭୋଇ। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଦିବ୍ୟ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଯଶୋନ୍ଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତି ପ୍ରାୟ ୨ଟା ୪୦ରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ପରେ ଯଶୋନ୍ଦା ଦୌଡ଼ି ଦୌଡ଼ି ରୁମ୍‌ରୁ ବାହାରୁଥିବା ଦିବ୍ୟଙ୍କ ଭାଇମାନେ ଦେଖିଥିଲେ। ଏହାଦେଖି ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦିବ୍ୟ ପଡ଼ିଥିବା ଦେଖିବାକୁ ପାଇଥିଲେ। 

ଗୁରୁତର ଅବସ୍ଥାରେ ପରିବାର ଲୋକେ ଦିବ୍ୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ’ଣ ପାଇଁ ଯଶୋନ୍ଦା, ସ୍ୱାମୀଙ୍କୁ ହତ୍ୟା କଲା ତାହା ଜଣାପଡିନାହିଁ। ହତ୍ୟାକାଣ୍ଡ ପରେ ସେ ଫେରାର ଅଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ହତ୍ୟାକାରୀ ଯଶୋନ୍ଦା ଜଣେ ମାନସିକ ରୋଗୀ। ସେ ଔଷଧ ମଧ୍ୟ ଖାଉଥିଲେ। ତୁଷୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Murder Wife Killed Husband
Advertisment
Advertisment