ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ, କହିଲା ପୋଲିସ

ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ କରାଯାଇଥିଲା ଯଡ଼ଯନ୍ତ୍ର। More

କୂଅରୁ ଉଦ୍ଧାର ହେଲା କଲରାପତରିଆ, ବାଉଁଶ ସିଡ଼ିରେ ଚଢ଼ି ଜଙ୍ଗଲକୁ ମାରିଲା ଚମ୍ପଟ

ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ । More

ବାରବାଟୀ ବ୍ୟାଟେଲ୍ ! ଅଫ୍‌ଲାଇନ୍‌ରେ ବିକ୍ରି ହେବ ୧୨ ହଜାର ଟିକେଟ୍‌, ରାତିରୁ କାଉଣ୍ଟରରେ ଲାଗିପାରେ ଲାଇନ୍

ଟିକେଟ୍‌ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା । More

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ

ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ More

ପିଲାଙ୍କ ଆବଭାବରେ ପରିବର୍ତ୍ତନ ଆସିଲେ କଣ କରିବା ଜରୁରୀ ?

ପିଲାଙ୍କ ମାନସିକସ୍ଥିତିକୁ ଅଣଦେଖା କରିବା ବିପଦଜନକ ହୋଇପାରେ। More

ଓଡ଼ିଶା ଆସିବେନି ରାହୁଲ, ପୁରା ସିରିଜ୍‌ରୁ ପଡ଼ିଲେ ବାଦ୍‌

କଟକରେ ଆସନ୍ତା ୧୨ ତାରିଖରେ ରହିଛି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ । ଏଥିରେ ଖେଳିବେନି କେ ଏଲ୍ ରାହୁଲ । More

ସାବଧାନ ! ସାଇବର ଠକଙ୍କ ନୂଆ ଫଣ୍ଡା, ସେକ୍ସ ସାଇଟ୍‌ ମାଧ୍ୟମରେ ଲୁଟି ନେଉଛନ୍ତି ଟଙ୍କା

ନୂଆ ଉପାୟରେ ଚୂନ ଲଗାଇଛନ୍ତି ସାଇବର ଠକ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଟଙ୍କା ଠକେଇ ହୋଇଛି । More

କୁଆଖାଇ ନଦୀକୁ ଡେଇଁଲେ ଯୁବତୀ, ସ୍ଥାନୀୟ ଲୋକ ଦେଖିବା ପରେ...

ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।  More

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ ପୁଅଙ୍କ ଜୀବନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। More

‘ମୋତେ ନ୍ୟାୟ ଦରକାର’ : ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ସରକାରୀ ଯୋଜନାରେ ଜାଗା ଓ ଘର ଦାବି କରି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । More

ସାଧାରଣ ଟ୍ରେନ୍ ଠାରୁ କିପରି ଭିନ୍ନ ବୁଲେଟ୍ ଟ୍ରେନ୍ ? ପ୍ରଥମେ କେଉଁଠି ଗଡ଼ିଥିଲା ?

ବୁଲେଟ୍ ଟ୍ରେନ୍ ଏପରି ଏକ ରେଲେଓ୍ୱ ସିଷ୍ଟମ୍ ଯାହା ସାଧାରଣ ଟ୍ରେନ ଠାରୁ ଢେର୍ ଗୁଣ ଅଧିକ ବେଗରେ ଗଡ଼ିଥାଏ More

ମହଙ୍ଗା ପଡ଼ିଲା ବାଘ ଗଣନା, ଆକ୍ରମଣ କଲା ଭାଲୁ

ବାଘଗଣନା କରୁ କରୁ ଆଟାକ୍‌ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି। More

ଗ୍ରାହକଙ୍କୁ ଝଟକା : ପୁଣି ବଢ଼ିଲା ସୁନା ଦର

ଗତକାଲି ତୁଳନାରେ ଆଜି ସାମାନ୍ୟ ବଢ଼ିଛି ସୁନା ଦର More

ଜୁନ୍ ୧୩ରେ ବାଚସ୍ପତି ନିର୍ବାଚନ : ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା

ବାଚସ୍ପତି ନିର୍ବାଚନ ନେଇ ଆସନ୍ତା ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ More

ରାଜ୍ୟ ସରକାରଙ୍କ ଚରମ ଅବହେଳା : ଓଡ଼ିଶାରୁ କୋଲକାତାକୁ ଉଠିଯିବ ICCR କାର୍ଯ୍ୟାଳୟ

ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଜମି ନମିଳିବାରୁ ନିଷ୍ପତ୍ତି। ସଂସ୍କୃତି ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଲେ କର୍ତ୍ତୃପକ୍ଷ । More

'କେ-ପପ୍‌ ଷ୍ଟାର ହେବି ବୋଲି ଛୋଟ ବେଳୁ ସ୍ଥିର କରିଥିଲି'

ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରେୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା । More

ଅସହାୟ ପ୍ରାଣୀଙ୍କ ସହାୟତା ପାଇଁ ଜାରି ହେଲା ଷ୍ଟେଟ୍‌ ଆନିମଲ୍‌ ହେଲ୍ପଲାଇନ୍‌ ନଂ

ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଜାରି ହେଲା ଷ୍ଟେଟ୍‌ ଆନିମଲ୍‌ ହେଲ୍ପଲାଇନ୍‌ ଟୋଲ ଫ୍ରି ନମ୍ବର । More

ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଭିତର ଫଟୋ, ସେଲ୍‌ଫି ଉଠାଇ Facebookରେ ଫଟୋ ଶେଆର କଲେ ଭକ୍ତ

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି। More

୧୩ ଦିନ ହେଲାଣି SCB ମେଡିକାଲ୍‌ରେ ପଡ଼ି ରହିଛି ନାଇଜେରୀୟ ବ୍ୟକ୍ତିଙ୍କ ମୃତଦେହ

କଟକ ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରୀୟ ଅଭିଯୁକ୍ତଙ୍କ ମୃତଦେହ ପଡ଼ି ରହିଛି। ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍‌ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍‌ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି।  More

Daily Horoscope 8th June 2022: ଆଜି ଏହିସବୁ ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ତିଥି – ୮ମୀ ଦିବା ୦୮/୩୦/୫୧ ଗତେ ୯ମୀ । ଚନ୍ଦ୍ର -  ସିଂହ ଦିବା ୧୦/୦୨ ଗତେ କନ୍ୟା । ଘାତ ଚନ୍ଦ୍ର-  କର୍କଟ ଓ ମକର ରାଶିର, ଦିବା ୧୦/୦୨ ଗତେ ବୃଷ ରାଶିର । ଘାତ ବାର - କର୍କଟ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ନିଶାନ୍ତ ୦୪/୩୦/୦୯ ପର୍ଯ୍ୟନ୍ତ । More

ସ୍କୁଲ ରୂପାନ୍ତିକରଣ ନାଁରେ ବାହାବାଃ ନେଉଛନ୍ତି ସରକାର, ହେଲେ ପିଲାଙ୍କ ଭବିଷ୍ୟତ ଅନ୍ଧାର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ । More

5T ସ୍କୁଲ ନିର୍ମାଣରେ ଦୁର୍ନୀତି; ଉଦ୍‌ଘାଟନ ପୂର୍ବରୁ ଭୁସୁଡ଼ିଲା ପାଚେରୀ, ଫ୍ଲୋର୍‌ରୁ ଛାଡ଼ିଲା ଟାଇଲ୍‌

5 T ସ୍କୁଲ୍‌ର ଅବସ୍ଥା ବେଶ ଶୋଚନୀୟ । କେଉଁଠି କାନ୍ଥ ଭୁସୁଡ଼ି ଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି । More

ମାଟି ତଳୁ କଙ୍କାଳ ମିଳିବା ପରେ ଏବେ ଜୀବନ ସହ ସଂଘର୍ଷ କରୁଛି ଗୁଳିମାଡ଼ ଖାଇଥିବା ଦନ୍ତା

୨ ଦିନରେ ମାଟି ତଳୁ ଦୁଇ ହାତୀଙ୍କ କଙ୍କାଳ ଠାବ ପରେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି।  More

'ମହିଳାଙ୍କୁ ସଶକ୍ତ କରାଉଛି UCCI ଲେଡିଜ୍ ଫୋରମ'

ବିକାଶ କ୍ଷେତ୍ରରେ ମହିଳାମାନେ କିଭଳି ମୁଖ୍ୟସ୍ରୋତକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ। More

BJPର ଦବ୍‌ଦବାରେ ଚେକ୍ ଦେବାକୁ BJDର ୨୪ ବ୍ଳୁ-ପ୍ରିଣ୍ଟ

ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ More

୮ ବର୍ଷ ଧରି ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷିୟ ବୃଦ୍ଧା

ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା । ଓଟିଭିରେ ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ, ଥଇଥାନ ଉଦ୍ୟମ । More

ରାତାରାତି ୟୁଟର୍ଣ୍ଣ ! ପୁରୀ ଅବକାରୀ ଇନ୍‌ସପେକ୍ଟରଙ୍କ ବଦଳିଲା ମତ

୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ । More

ଆଠଗଡ଼ ଜଙ୍ଗଲରେ ଛଟପଟ ହେଉଛି ଗୁଳିବିଦ୍ଧ ହାତୀ

ଶିକାରୀଙ୍କ ଗୁଳିରେ ଦନ୍ତା ଗୁରତର ହୋଇ ଜଙ୍ଗଲରେ ରହିଛି। More