Advertisment

ମାଟି ତଳୁ କଙ୍କାଳ ମିଳିବା ପରେ ଏବେ ଜୀବନ ସହ ସଂଘର୍ଷ କରୁଛି ଗୁଳିମାଡ଼ ଖାଇଥିବା ଦନ୍ତା

୨ ଦିନରେ ମାଟି ତଳୁ ଦୁଇ ହାତୀଙ୍କ କଙ୍କାଳ ଠାବ ପରେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Is Athagarh Forest Turning Into A Heaven For Hunters

Is Athagarh Forest Turning Into A Heaven For Hunters

ଶିକାରୀଙ୍କ ଅଭୟାରଣ୍ୟ ପାଲଟିଛି କି ଆଠଗଡ଼ ବନଖଣ୍ଡ ? ୨ ଦିନରେ ମାଟି ତଳୁ ଦୁଇ ହାତୀଙ୍କ କଙ୍କାଳ ଠାବ ପରେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଜଙ୍ଗଲରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା। ଦନ୍ତା ମୁଣ୍ଡରେ ବାଜିଛି ଶିକାରୀର ଗୁଳି। 

Advertisment

କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଜଙ୍ଗଲ ଭିତରେ ରହିଛି। ହାତୀଟିର ଅବସ୍ଥା ଏତେ ଗୁରୁତର ହୋଇପଡ଼ିଛି ଯେ, ଜଙ୍ଗଲର ଏକ ନାଳ ପାଖରୁ ଆଉ ଉଠିପାରୁନି। ଦନ୍ତାର ମୁଣ୍ଡ ଉପରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ଫେସବୁକ୍‌ରେ ପୋଷ୍ଟ ମଧ୍ୟ କରିଛନ୍ତି। 

ତୁରନ୍ତ ଚିକିତ୍ସା ପାଇଁ ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅବଗତ କରାଇଛନ୍ତି। ଏହାସହ ଜିଲ୍ଲାପାଳଙ୍କୁ ବି ଜଣାଇ ତୁରନ୍ତ ହାତୀକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ସେପଟେ ହାତୀ ସମ୍ପର୍କରେ ଅବଗତ ଥିବା ପିସିସିଏଫ୍ ଶଶି ପଲ୍ କହିଛନ୍ତି।

Advertisment

ହାତୀର ଚିକିତ୍ସା ପାଇଁ ଟିମ୍ ଗଠନ ହୋଇଛି। ତେବେ ଗୁଳି ବାଜିଛି କି ନାହିଁ ସେ ସମ୍ପର୍କରେ ଏବେ ଯାଏ ଜଣାପଡ଼ି ନଥିବା ପିସିସିଏଫ୍ କହିଛନ୍ତି। ସୂଚନାଥାଉ କି, ଏହା ପୂର୍ବରୁ ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ ଓ ଜେନାପାଳ ଗାଁରୁ ମାଟିତଳୁ ୨ଟି ହାତୀ କଙ୍କାଳ ମିଳିଥିଲା।

Save Athagarh Elephant Elephant Hunting
Advertisment
Advertisment