Father Son Death
ଦୁର୍ଘଟଣାରେ ବାପପୁଅ ମୃତ । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ ଥାନା ଚକାପାଦ-ଟିକାତାଳ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା ବୋଲଗଡର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ କ୍ଷୀରୋଦ ଏକ ବାଇକରେ ଖୋର୍ଦ୍ଧା ଯାଉଥିଲେ ।
Advertisment
ତେବେ ଚକାପାଦ-ଟିକାତାଳ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା ।
ଘଟଣାସ୍ଥଳରେ ବାପା ମଧୁସୂଦନଙ୍କର ମୃତ୍ୟୁ ଘଟିଥିଲା । ପୁଅ କ୍ଷୀରୋଦଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)