• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ଷ୍ଟାଇଲ୍‌ରେ ଠକେଇ । ସମଲିଙ୍ଗୀ ସମ୍ପର୍କ ରଖିବାକୁ ଡାକି ଠକି ନେଲେ ଲକ୍ଷେ ଟଙ୍କା । ମାତିଛନ୍ତି ସାଇବର୍ ଠକ । କେତେବେଳେ ଫୋନ୍ କଲ୍ ତ୍ ପୁଣି କେତେବେଳେ ସୋସିଆଲ୍ ମିଡିଆ । ଭିନ୍ନ ଭିନ୍ନ ଉପାୟରେ ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା । ଏବେ ଆଉ ଏକ ଉପାୟରେ ଚୂନ ଲଗାଇଛନ୍ତି ସାଇବର ଠକ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଟଙ୍କା ଠକେଇ ହୋଇଛି ।

ସମଲିଙ୍ଗୀ ସଂପର୍କ ପାଇଁ ଡାକି ଲକ୍ଷେ ଟଙ୍କା ନେଇଥିବା ଜଣାପଡ଼ିଛି । ଖବର ଅନୁସାରେ, ସଂପୃକ୍ତ ଫର୍ମାସିଷ୍ଟ ଜଣକ ଏକ ସମଲିଙ୍ଗୀ ଆପ୍‌ରେ ରେଜିଷ୍ଟ୍ରେସନ କରିଥିଲେ । ଆପ୍‌ରେ ରେଜିଷ୍ଟ୍ରେସନ ପରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା । ତାଙ୍କୁ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲେ ଫେକ୍ ଆପ୍ ଚଲାଉଥିବା ଦୁର୍ବୃତ୍ତ । ସେଠି ଫାର୍ମାସିଷ୍ଟ ଜଣକୁ ଧମକ ଦେଇ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଲୋକଲଜ୍ଜା ପାଇଁ ପ୍ରଥମେ ଚୁପ୍ ଥିଲେ ଫର୍ମାସିଷ୍ଟ । ପରେ ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତ । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏବେ ବି ଫେରାର ରହିଛନ୍ତି ଦୁଇ ଜଣ ।