• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୁଲେଟ୍ ଟ୍ରେନ୍ କଣ ? ଏହା ସାଧାରଣ ଟ୍ରେନ୍ ଠାରୁ କିପରି ଭିନ୍ନ ? ଭାରତ ଏବେ ସ୍ୱପ୍ନର ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ନେଇ ଉତ୍ସାହିତ ଥିବାବେଳେ ବିଦେଶରେ ବହୁ ପୂର୍ବରୁ ଗଡ଼ୁଛି ଏହି ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ।

ଆସନ୍ତା ୨୦୨୬ରେ ଭାରତରେ ପ୍ରଥମ କରି ଗଡ଼ିବ ବୁଲେଟ୍ ଟ୍ରେନ୍ । କାମ ଯେପରି ଭାବେ ଆଗେଇ ଚାଲିଛି ସେମିତି ଜାରି ରହିଲେ ୨୦୨୬ ସୁଦ୍ଧା ଗୁଜରାଟର ସୁରତରୁ ବିଲିମୋରା ମଧ୍ୟରେ ପ୍ରଥମ କରି ବୁଲେଟ୍ ଟ୍ରେନ୍ ଗଡ଼ିବା ନେଇ ଆଶା ପ୍ରକଟ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତେ ମିଳିମିଶି କାମ କଲେ କାମ ଶୀଘ୍ର ଶେଷ ହୋଇପାରିବ ବୋଲି ରେଳମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏତେ ବଡ଼ ପ୍ରକଳ୍ପ ଯୋଗୁଁ ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ମିଳିଛି । ପ୍ରକଳ୍ପରେ ନିୟୋଜିତ ଅନେକ ଯନ୍ତ୍ରପାତି ଭାରତରେ ନିର୍ମିତ ହୋଇଛି । ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତର ମଧ୍ୟ ଆଉ ଏକ ଉଦାହରଣ ବୋଲି ରେଳମନ୍ତ୍ରୀ କହିଛନ୍ତି ।

ବୁଲେଟ୍ ଟ୍ରେନ୍ ଏପରି ଏକ ରେଲେଓ୍ୱ ସିଷ୍ଟମ୍ ଯାହା ସାଧାରଣ ଟ୍ରେନ ଠାରୁ ଢେର୍ ଗୁଣ ଅଧିକ ବେଗରେ ଗଡ଼ିଥାଏ । ନୂତନ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍ ପାଇଁ ରହିଥାଏ ସ୍ୱତନ୍ତ୍ର ଟ୍ରାକ୍ । ଏହି ଟ୍ରାକକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଥାଏ, ଯେପରି ଘଣ୍ଟା ପ୍ରତି ୨୫୦ କିମି ବା ତାଠାରୁ ଅଧିକ ବେଗରେ ଯାଇପାରିବ ଟ୍ରେନ୍ । ୧୯୬୪ ମସିହାରେ ଜାପାନରେ ପ୍ରଥମ କରି ଗଡ଼ିଥିଲା ଏହି ହାଇସ୍ପିଡ୍ ଟ୍ରେନ୍, ଯାହାକୁ ବୁଲେଟ୍ ଟ୍ରେନ୍ କୁହାଗଲା ।

ଚୀନ୍, ଜର୍ମାନୀ, ଫ୍ରାନ୍ସ, ସ୍ପେନ୍, ଜାପାନ, ୟୁକେ, ଇଟାଲୀ, ରୁଷିଆ.. ଅନେକ ଦେଶରେ ବହୁ ପୂର୍ବରୁ ଗଡ଼ୁଛି ବୁଲେଟ୍ ଟ୍ରେନ୍ । ଚୀନରେ ୩୮ ହଜାର କିଲୋମିଟର ବ୍ୟାପୀ ବୁଲେଟ୍ ଟ୍ରେନ୍ ଗଡୁଥିବା ବେଳେ ପ୍ରାୟ ୧୦ ହଜାର କିଲୋମିଟର ପାଇଁ ଏବେ କାମ ଚାଲୁଛି । ୨୦୨୫ ସୁଦ୍ଧା ଚୀନ୍ ନିଜର ବୁଲେଟ୍ ଟ୍ରେନ୍ ନେଟଓ୍ୱର୍କକୁ ୫୦ ହଜାର କିଲୋମିଟର ପର୍ଯ୍ୟନ୍ତ ସଂପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ସେହିପରି ସ୍ପେନରେ ୫ ହଜାର ୫୨୫ କିଲୋମିଟର ଧରି ଗଡୁଛି ବୁଲେଟ୍ ଟ୍ରେନ୍ । ସ୍ପେନରେ ପ୍ରାୟ ହଜାରେ କିଲୋମିଟର ଅଞ୍ଚଳରେ ଅଣ୍ଡର କନଷ୍ଟ୍ରକ୍ସନ ରହିଛି । ଫ୍ରାନ୍ସରେ ୩ ହଜାର ୮୭୦ କିଲୋମିଟର ଅଞ୍ଚଳରେ ବୁଲେଟ୍ ଟ୍ରେନ୍ ଗଡୁଥିବା ବେଳେ ଶହେ କିମି ଅଞ୍ଚଳରେ କାମ ଚାଲିଛି । ଜର୍ମାନୀରେ ୩ ହଜାର ୫୯୬ କିମି ବ୍ୟାପୀ ବୁଲେଟ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ୩ ଶହ କିମି ଅଞ୍ଚଳରେ ଜାରି ରହିଛି ଟ୍ରାକ୍ ନିର୍ମାଣ କାମ ।

ଜାପାନରେ ୩ ହଜାର ୪୨୨ କିମି, ରୁଷିଆରେ ୨ ହଜାର ୨୬ ଏବଂ ୟୁକେରେ ୧ ହଜାର ୯୯୭ କିମି ଅଞ୍ଚଳରେ ଗଡୁଛି ବୁଲେଟ୍ ଟ୍ରେନ୍ । ସେହିପରି ସ୍ୱିଡେନ୍, ସାଉଥ୍ କୋରିଆ, ଇଟାଲୀ, ତୁର୍କୀ, ଫିନଲାଣ୍ଡ, ବେଲଜିୟମ ଭଳି ଦେଶ ମଧ୍ୟ ବୁଲେଟ୍ ଟ୍ରେନ୍ ରେସରେ ପଛରେ ପଡ଼ିନାହାନ୍ତି । ଏସବୁ ଦେଶରେ ଅନେକ ଅଞ୍ଚଳରେ ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଏହି ନେଟ୍ଓ୍ୱର୍କକୁ ବଢାଇବା କାମ ବି ଜାରି ରହିଛି ।