Advertisment

ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଭିତର ଫଟୋ, ସେଲ୍‌ଫି ଉଠାଇ Facebookରେ ଫଟୋ ଶେଆର କଲେ ଭକ୍ତ

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Photographs Of Koili Baikuntha And Nrusingha Mandir Of Puri Srimandir Goes Viral

Photographs Of Koili Baikuntha And Nrusingha Mandir Of Puri Srimandir Goes Viral

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ଫେସ୍‌ବୁକ୍‌ରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ତାଙ୍କ ଆକାଉଣ୍ଟରେ ଶ୍ରୀମନ୍ଦିରର ଭିତର ଫଟୋ ପୋଷ୍ଟ୍‌ କରିଛନ୍ତି। ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି।

Advertisment

କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ସଞ୍ଜୟ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ ବାରଣ ରହିଛି। ହେଲେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ କିପରି ମୋବାଇଲ୍ ନେଲେ ଓ ସେଲ୍‌ଫି ଉଠାଇ ଫଟୋ ଭାଇରାଲ୍ କଲେ ? ଏନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। 

ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

Puri Srimandir Viral Photo
Advertisment
Advertisment