ସଂକ୍ଷେପରେ ଆଜିର ତାଜା ଖବର - Friday, 11 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେଉଁଠି ହାତାହାତି ତ କେଉଁଠି ଅପହରଣ; ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା

ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ । More

୪ ରାଜ୍ୟରେ ବିଜେପିର ବାଜିମାତ୍‌ ପରେ ଓଡ଼ିଶାରେ ଚାଲିବ କି ମୋଦି ମ୍ୟାଜିକ୍‌ ?

୨୦୨୨ର ପ୍ରଥମ ବାଜିକୁ ୪-୧ରେ ଜିତିନେଲା ବିଜେପି । ୫ ରାଜ୍ୟରୁ ୪ ରାଜ୍ୟରେ ପଦ୍ମ ଛାଇ ଯିବା ପରେ ପୁଣି ମୋଦି ମ୍ୟାଜିକ୍‌କୁ ନେଇ ଚର୍ଚ୍ଚା । ଆଗକୁ ଓଡ଼ିଶାରେ ପଡ଼ିବ କି ମୋଦି ଯାଦୁର ପ୍ରଭାବ? ରାଜ୍ୟ ବିଜେପି ଏହାକୁ ନେଇ ବେଶ୍ ଆଶାବାଦୀ ଥିଲା ବେଳେ, ବିଜେଡି କହିଛି ଆଞ୍ଚଳିକ ସ୍ତରରେ ଜାତୀୟ ଷ୍ଟ୍ରାଟେଜି କାମ କରିବନି । ସେପଟେ କଂଗ୍ରେସର କହିବା କଥା ବିଜେପି ବିଜୟର ପ୍ରଭାବ ବିଜେଡି ଉପରେ ପଡିବ । More

ମ୍ୟାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପାଇଁ ବୋର୍ଡରର ତିନି ପଦ୍ଧତି, ଜାଣନ୍ତୁ..

ଏଥର ଅଫ୍‌ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ସବୁ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ପରୀକ୍ଷା ମେ ୬ଯାଏ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମାଟ୍ରିକ୍ ମୂଲ୍ୟାୟନ ଲାଗି ତିନି ସୂତ୍ରୀ ପଦ୍ଧତି ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେଣେ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ସରକାର ସ୍ପଷ୍ଟତା ଆଣିନଥିବାରୁ ଚିନ୍ତାରେ ଅଭିଭାବକ । More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜିଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ। More

ପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି ସହ ୨ ଜଣଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ହୋଇଛି । More

ଏଣିକି ସତ୍ୟପାଠ କରିବେ ଢିଙ୍କିଆବାସୀ: ହାଇକୋର୍ଟ

ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । More

ଓ୍ୱାର୍ଡ ମେମ୍ବରଙ୍କୁ ଉଠେଇନେଲେ ବିରୋଧି

ଓ୍ୱାର୍ଡ ମେମ୍ବର ଅପହରଣ ଅଭିଯୋଗ। ନାଏବ ସରପଞ୍ଚ ମନୋନୟନ ଥିବାରୁ ପରାଜିତ ଆଶଙ୍କା କରି ବିରୋଧୀ ଏଭଳି କରିଥିବା ବିଜୟୀ ସରପଞ୍ଚ ଅଭିଯୋଗ କରିଛନ୍ତି। More

ପୋଖରୀରେ ବୁଡ଼ି ଭାଇ- ଭଉଣୀ ମୃତ୍ୟୁ

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ଘଟିଛି ଅଘଟଣ। ପୋଖରୀରେ ବୁଡ଼ି ଭାଇ- ଭଉଣୀ ମୃତ୍ୟୁ ହୋଇଥିବା ଜଣାଯାଇଛି। More

ହତ୍ୟାକାରୀ ସାଜିଲା ପ୍ରେମିକ, ପଥରରେ ଛେଚି ମାରିଲା

ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି ହତ୍ୟା କରିଛି ପ୍ରେମିକ। ତେବେ ଏହି ଘଟଣାକୁ ନେଇ ପ୍ରେମିକ କୁହନ୍ତି ଯେ ସେ ଏହି ହତ୍ୟା କରି ନାହାନ୍ତି। More

ଲାଏ ଡିଟେକ୍ସନ ଖୋଲିବ ରସିକିଆ ଡାକ୍ତରଙ୍କ ଗୁମର

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । More

ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ

ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ । ଓଡ଼ିଆ ଭାଷା ହେଉଛି ଆମ ଅସ୍ମୀତାର ପରିଚୟ । ଆଜି ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ । ଏହି ଅବସରରେ ଆମେରିକାରେ ବାସ କରୁଥିବା ଆମେରିକୀୟମାନେ ଏକ ସମବେତ କଣ୍ଠ ସଂଗୀତ ପ୍ରସ୍ତୁତ କରିଛନ୍ତି । More

ତରକାରୀରେ ଫିନାଇଲ,୧୦ ଛାତ୍ର ଅସୁସ୍ଥ

ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ  ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି । More

ବିବାଦ ଓ ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।  More

ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର

ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର । ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । More

ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର, ପ୍ରଚାର ମଇଦାନରେ ସବିତା ସୁଆର

ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ ନ କରି ପ୍ରଚାରରେ ମାତିଛନ୍ତି । More

୪ ରାଜ୍ୟରେ ବିଜେପିର ସଫଳତାକୁ ନେଇ ବିଜେଡି କହିଲା ଓଡ଼ିଶାରେ ପ୍ରଭାବ ପଡ଼ିବ ନାହିଁ

ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି । More

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । କାନପୁର ଥାନା ସୁଧାମାଳ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି ।  More

ଏପ୍ରିଲ ୨୯ରୁ ମାଟ୍ରିକ୍‌ ପରୀକ୍ଷା

ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ।  More

ମାଟ୍ରିକ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ

ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍‌ମେଣ୍ଟ୍‌ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। More

ପୁଣି ଲାଇନ୍‌ଚ୍ୟୁତ ମାଲ୍‌ବାହୀ ଟ୍ରେନ୍‌, ଏକାଥରକେ ୬ ବଗି ଓଲଟିଲା

କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି । More

ରାଜପଥ ଲମ୍ବିଛି ଯମପୁରକୁ: ଏଇ ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି ଲୋକେ, ଚାଲି ଯାଉଛି ଜୀବନ

କାଳ ସାଜିଛି ଡାଇଭରସନ୍‌ ରୋଡ୍‌। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ। More

ମୁଣ୍ଡ ଉପରେ ପୌରନିର୍ବାଚନ, ଭଦ୍ରକ-ବାଲେଶ୍ୱରରେ ପାନୀୟ ଜଳ ସମସ୍ୟା ସରକାରୀ ଦଳକୁ ଭାରି ପଡ଼ିବ !

ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା । More

ତେଜୁଛି ଜନଆନ୍ଦୋଳନ ! ପୋଖରୀ ସଫା ନହେଲେ ଭୋଟ ବର୍ଜନ ଧମକ

ଲୋକେ ବହୁ ସମୟରେ ଏଥିରୁ ସୁବିଧା ବି ପାଉଥିଲେ । ହେଲେ ଏବେ ୧୦ ବର୍ଷ ହେବ ପୋଖରୀ ଗୁଡ଼ିକରେ ଦଳ ମାଡ଼ିଯିବା ସହ ଜଳ ଅପରିଷ୍କାର ହୋଇଛି । More

କଂଗ୍ରେସକୁ ଅପରାଜିତାଙ୍କ କଟାକ୍ଷଭରା ଟ୍ୱିଟ୍‌, ପରୋକ୍ଷରେ କହିଲେ ‘ସବ୍‌କା ଟାଇମ୍‌ ଆତା ହେ’

୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍‌ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି । More

ଆସିଲା BMCର ଫାଇନାଲ ରିପୋର୍ଟ ! ମଇଦାନରେ ୧୨ ମେୟର- ୩୪୩ କର୍ପୋରେଟର ପ୍ରାର୍ଥୀ

ବିଏମ୍‌ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି । More

ଖୁବ୍‌ଶୀଘ୍ର ଓଡ଼ିଶାରେ କମ୍‌ବ୍ୟାକ୍‌ କରିବ ବିଜେପି: ଅପରାଜିତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା । More

ସଂଘର୍ଷରୁ ସଫଳତା କଳା, ଆଜିର ନାରୀକୁ ଜଣା

ଏକବିଂଶ ଶତାବ୍ଦୀର ଡିଜିଟାଲ୍ ଯୁଗରେ ସମୟ ସହିତ ତାଳଦେଇ ଆଗକୁ ବଢୁଛି ନାରୀ। କଷ୍ଟକର ପରିସ୍ଥିତିରେ ଥରେ ନୁହେଁ, ବାରମ୍ବାର ସେ ପ୍ରମାଣିତ କରିଛି ଯେ ସେ ଅନନ୍ୟା, ସେ ଅପରାଜିତା। ନିଜ ଉଦ୍ୟମରେ ନିଜର ପରିଚୟ ସୃଷ୍ଟିକରିପାରିଛି ସେ। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ। ଆସନ୍ତୁ ଜାଣିବା ସେମିତି ଏକ ନାରୀଙ୍କ ବିଷୟରେ। More