municipal elections
ପୌର ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ ନ କରି ପ୍ରଚାରରେ ମାତିଛନ୍ତି । ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ର୍ହୋଇଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ ରାଜ୍ୟର ୧୦୬ଟି ମୁନ୍ସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ହେବ ଭୋଟ୍ ।
ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ୍ ପାଇଂ ପ୍ରଚାର କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ ନ କରି ପ୍ରଚାରରେ ମାତିଛନ୍ତି ବିଜେପି ପ୍ରାର୍ଥୀ ସବିତା ସୁଆର । ସକାଳୁ ସକାଳୁ ପାର୍କରେ ବୁଲି ପ୍ରଚାର କରଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର । ସବିତା ସୁଆର ଜଣେ ଉଚ୍ଚଶିକ୍ଷିତା ,ବଂ ଜଣେ ଶିକ୍ଷାବିତ୍ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣେ ର୍ଚ୍ଚିତ ଚେହେରା । ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ପୂର୍ବରୁ ବିଜେପି ପକ୍ଷରୁ ତିନି ମେୟର ପ୍ରାର୍ଥୀ ଘୋଷଣା ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)