Advertisment

ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର

ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର । ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
vigilance raid

vigilance raid

ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।

Advertisment

ଟାଟା ପାଓ୍ୱାରରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡ଼ା ଶକ୍ତିନଗର ବାସଭବନ, ବୁର୍ଲାରେ ଥିବା ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା କାଣ୍ଡପାଲିରେ ସନ୍ତୋଷଙ୍କ ମଝିଆ ଭାଇଙ୍କ ବାସଭବନରେ ଚଢ଼ଉ ଜାରି ରହିଛି । ଏଯାଏ ୬ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଛି ।

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି । ପୂର୍ବରୁ ସେ ବିଦ୍ୟୁତ୍ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ ।

Advertisment
Vigilance Raid
Advertisment
Advertisment