• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ହାଇକୋର୍ଟ କମିଟିଙ୍କ ଢିଙ୍କିଆ ଜନଶୁଣାଣି ବେଳେ ଗଣ୍ଡଗୋଳ ମାମଲା । ସତ୍ୟପାଠ ଜରିଆରେ ଅଭିଯୋଗ ଦାଖଲ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଯେଉଁ ଲୋକ କମିଟି ସାମ୍ନାକୁ ଆସିପାରିନାହାନ୍ତି, ସେମାନେ ସତ୍ୟପାଠରେ ଜଣାଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଛି ଆପତ୍ତି ଅଭିଯୋଗ ଥିଲେ ସତ୍ୟପାଠରେ ଜଣାଇବାକୁ କହିଛନ୍ତି ହାଇକୋର୍ଟ ।

ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣ୍ଡଗୋଳ ପରେ କେତେ ବାହାରେ ରହୁଛନ୍ତି, ଆବେଦନକାରୀଙ୍କ ଓକିଲ ଜଣାନ୍ତୁ ବୋଲି କୁହାଯାଇଛି । ଏପ୍ରିଲ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଜଗତସିଂହପୁର ଢିଙ୍କିଆରେ ଜନଶୁଣାଣି ବେଳେ ଉତ୍ତେଜନା ଦେଖାଯାଇଥିଲା । ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆରେ ପହଞ୍ଚି ଶୁଣାଣି କରିଥିଲେ । କମିଟି ସହ ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହିଥିଲେ। ଆଧାର କାର୍ଡ ଦେଖି ଲୋକଙ୍କୁ ପୋଲିସ ଶିବିରକୁ ଛଡାଯାଇଥିଲା । ପ୍ରଶାସନ, ପୋଲିସ ଓ କମ୍ପାନୀ ବିରୋଧରେ ଯାହାର ଯାହା ମତାମତ ଅଛି, ସେସବୁ ରଖିଥିଲେ ଢିଙ୍କିଆବାସୀ।