• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ଧରେ ଭରି ରହିଛି ଦଳ, ସହରର ସମସ୍ତ ଡ୍ରେନ ପାଣି ଆସି ବନ୍ଧରେ ମିଶୁଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳରେ ଜଳ କଷ୍ଟ ଦୂର ପାଇଁ ତତ୍କାଳୀନ ମହାରାଜା ସହରର ଚାରି ପାଖରେ ଚାରିଟି ପୋଖରୀ ଖୋଳାଇଥିଲେ । ଲୋକେ ବହୁ ସମୟରେ ଏଥିରୁ ସୁବିଧା ବି ପାଉଥିଲେ । ହେଲେ ଏବେ ୧୦ ବର୍ଷ ହେବ ପୋଖରୀ ଗୁଡ଼ିକରେ ଦଳ ମାଡ଼ିଯିବା ସହ ଜଳ ଅପରିଷ୍କାର ହୋଇଛି । ବନ୍ଧ ଜଳ ସଫା କରାଯିବା ସହ ଉନ୍ନତିକରଣ ନ କଲେ କରଞ୍ଜିଆ ସହରର ୩ ଓ ୪ ନମ୍ବର ୱାର୍ଡବାସୀ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି । ସେପଟେ ସମୟାନୁସାରେ ସମସ୍ତ କାମ ହେବ, ତେଣୁ ଭୋଟ ବର୍ଜନ ନ କରିବାକୁ ଲୋକଙ୍କୁ ଗୁହାରୀ କରିଛନ୍ତି କରଞ୍ଜିଆ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ଓ ୪ ନମ୍ବର ୱାର୍ଡ ମଝିରେ ଥିବା ବନ୍ଧର ପରିସ୍ଥିତି ନ କହିବା ଭଲ । ଦିନ ଥିଲା ସେହି ବନ୍ଧର ପାଣିକୁ ନେଇ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ଏମିତି ରନ୍ଧାବଢ଼ା ମଧ୍ୟ କରୁଥିଲେ । ହେଲେ ଏବେ ଜଳ ଅତ୍ୟଧିକ ଦୂଷିତ ହୋଇଛି । ବନ୍ଧର ପାଣି ବ୍ୟବହାର କରିବାରୁ ଅନେକଙ୍କୁ ଚର୍ମ ରୋଗ ମଧ୍ୟ ହେଉଥିବା ମହିଳା ଅଭିଯୋଗ କରିଛନ୍ତି । କରଞ୍ଜିଆ ଏନ୍ଏସି ଅଫିସକୁ ଲାଗି ରହିଥିବା ପ୍ରଦୀପ ସାଗର  ଅବସ୍ଥା ନ କହିବା ଭଲ । ରଜାବନ୍ଧ ଉପରେ ୩ ଏବଂ ୪ ନମ୍ବର ଓ୍ୱାର୍ଡବାସୀ ର୍ନିଭର କରୁଥିବା ବେଳେ ପ୍ରଶାସନ ଅବହେଳା ଯୋଗୁଁ କୌଣସି ଉନ୍ନତି  କରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଏଣୁ ୩ ଏବଂ ୪ ନମ୍ବର ଓ୍ୱାର୍ଡବାସୀ ଆସନ୍ତା ପୌର ର୍ନିବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପୋଖରୀ ମାନଙ୍କରେ କେବଳ ଗାଧୁଆ ଘାଟ ଛାଡି ଦେଲେ ଅନ୍ୟଚାରିପଟ ଅପରିଷ୍କାରରେ ପରିପୂର୍ଣ୍ଣ । ପୋଖରୀ ଗୁଡିକୁ ସଫାସୁତରା ନ କରିବାରୁ ଆଜି ପୋଖରୀ ଗୁଡିକର ଏମିତି ଅବସ୍ଥା । ସେପଟେ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ । ୩ ଓ ୪ ନମ୍ବର ୱାର୍ଡବାସୀ ଭୋଟ ବର୍ଜନ ନକରିବା ଲାଗି ସେ ନିବେଦନ କରିଛନ୍ତି । ତେବେ କରଞ୍ଜିଆ ସହର ଚାରିପାଖରେ ଥିବା ଚାରିଟି ପୋଖରୀର ଅବସ୍ଥା ଶୋଚନୀୟ, ଏହାର ପୁନଃ ଉଦ୍ଧାର ହେଲେ ସହରବାସୀ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।