ସଂକ୍ଷେପରେ ଆଜିର ତାଜା ଖବର - Friday, 04 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଟିଭି ଫୋରସାଇଟ୍ ୨୦୨୨: ଟେକ୍ନୋଲଜି ପ୍ରୟୋଗରେ ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର

କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି । More

କିଏ ହେବେ ବିଜେପି-ବିଜେଡିର ଭୁବନେଶ୍ୱର ମେୟର ପ୍ରାର୍ଥୀ ?

ବିଜେପି ହେଉ କି ବିଜେଡି ଏ ଦୁଇ ଦଳରୁ କିଏ ହେବେ ଭୁବନେଶ୍ୱର ମେୟର ପ୍ରାର୍ଥୀ, ତାକୁ ନେଇ ସସପେନ୍ସ ଲାଗି ରହଛି। More

ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍ କାହିଁକି?

ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କିନ୍ତୁ ଯଥେଷ୍ଟ ଅଧିକ। More

ଅପହରଣ ସିନ୍‌ କହି ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ !

ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍‌ଭିନ୍‌ ପୋଲିସ More

‘ସରକାରୀ ପଇସାରେ ନିର୍ବାଚନ ଲଢ଼ୁଛି ବିଜେଡି, ଇଲେକ୍ସନ ମାସେ ଅଛି ହଜାର ଟଙ୍କା ପଠାଇଲେ’

ନିର୍ବାଚନରେ ପରାଜୟ ନେଇ ସିପିଆଇ ନେତା ନାରୟଣ ରେଡ୍ଡୀ କହିଛନ୍ତି, ‘ବିଜେଡି ୭୦୦ରୁ ଅଧିକ ସିଟ୍‌ ଅକ୍ତିଆର କରିଛି। ଏହା କିଭଳି ସମ୍ଭବ ହେଉଛି, ଏହା ଆମେ ସମସ୍ତେ ଜାଣୁ।’ More

‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ’

ରସଗୋଲା ଓଡ଼ିଶାର। ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି। More

ବିଜେଡିର ବିଜୟ, ଟଙ୍କା ମଦର ବିଜୟ : ସନ୍ତୋଷ ସିଂହ ସାଲୁଜା

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସବୁ ସିଟ୍‌କୁ ପୋଛି ନେଇଛି ବିଜେଡି। ବିଜେପି ସମେତ ବିରୋଧି କଂଗ୍ରେସ ମାଟି କାମୁଡି ପଡିଛି। ଏହା କିପରି ସମ୍ଭବ ହେଲା? କାମ କଲା କି ଟଙ୍କା ଆଉ ମଦର ଖେଳ? ତେବେ ଏହାକୁ ନେଇ କ’ଣ କହୁଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆସନ୍ତୁ ତାଙ୍କ ମୁହଁରୁ ଜାଣିବା। More

‘ଆମେ ଘର ସଜାଡ଼ି ପାରିଲୁନି, ଅସଜଡ଼ା ଘରକୁ କେହି ଚାହାଁନ୍ତିନି’

ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହା କହିଛନ୍ତି।  More

ବଡ଼ ଧରଣର ଆତଙ୍କବାଦୀ ବିସ୍ଫୋରଣ, ୩୦ ପାକିସ୍ତାନୀ ମୃତ

ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିଲା। More

ପଞ୍ଚାୟତ ନିର୍ବାଚନରେ କାହିଁକି ଫେଲ୍‌ ମାରିଲା ବିଜେପି ? କାରଣ କହିଲେ ପ୍ରତାପ ଷଡ଼ଙ୍ଗୀ

ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ବିଜେଡି ୭୦୦ରୁ ଅଧିକ ଆସନରେ ଜିତି ବାଜି ମାରି ନେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ୫୦ଟି ଆସନ ମଧ୍ୟ ହାତେଇବାରେ ସଫଳ ହୋଇପାରି ନଥିଲେ। More

ବାରିପଦା ଟାଉନ୍ ଥାନାରେ ହାଜିରା ଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜିର ହେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ପୂର୍ବରୁ ରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । More

ମାସକରେ ୧.୩୯ କୋଟି ଠକେଇ, ରାଜଧାନୀରୁ ୧.୩୯ କୋଟି ସାଇବର ଠକେଇ

୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ । ରାଜଧାନୀରେ ସାଇବର ଠକଙ୍କ ପ୍ରାଦୁର୍ଭାବ ନେଇ ସାଇବର ସେଲର ସୂଚନା । ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରୀରେ ରାଜଧାନୀ ସାଇବର ସେଲରେ ୬୦ଟି ମାମଲା ରୁଜୁ ହୋଇଛି । More

ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ଟେକ୍ନୋଲୋଜି: ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌

ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ TCS iONର Country Head Market Function & Product Group ହେଡ୍‌ ଗୋପାଳ କ୍ରିଷ୍ଣା ଜିଏସ୍‌ଏସ୍‌ ଟେକ୍ନୋଲୋଜି ଉପରେ ଆଲୋକପାତ କରିଛନ୍ତି। More

Foresight 2022: ସଦ୍‌ଗୁରୁ ଦେଲେ ଗୁରୁଜ୍ଞାନ, କହିଲେ ମାଟିର ଯତ୍ନ ନିଅ ବନ୍ୟା-ମରୁଡ଼ି ହେବନି

ତାମିଲ ନାଡ଼ୁର ଉଦାହରଣ ଦେଇ ସେ କହିଛନ୍ତି, ନବେ ଦଶକରେ ଏକ ଜାତିସଂଘ ଏଜେନ୍ସି ଚିନ୍ତାଜନକ ତଥ୍ୟ ଦେଇଥିଲା । ୨୦୨୫ରେ ତାମିଲନାଡୁ ସଂପୂର୍ଣ୍ଣ ମରୁଡ଼ିଗ୍ରସ୍ତ ହୋଇଯିବ ବୋଲି ସେଥିରେ କୁହାଯାଇଥିଲା More

ଏବେଠୁ ପରିବେଶର ଯତ୍ନ ନନେଲେ ଆଗକୁ ସାଂଘାତିକ ଅସୁବିଧା ହେବ: ସଦ୍‌ଗୁରୁ

ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହାକୁ ରୋକିବା ପାଇଁ ଏବେଠୁ ଆମେ ଚେଷ୍ଟା ନକଲେ ଆମ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ। More

ଚାଷୀଙ୍କ ପାଇଁ ଖୁସି ଖବର ! ଦୁଇ ଗୁଣା ହେବ ଆୟ

ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ବିଶେଷ ଯୋଜନା କରାଯାଉଛି। ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ  ସହାୟତା କରିଥିଲା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି। More

OTV ଫୋରସାଇଟ୍-୨୦୨୨: ୨୫ ବର୍ଷ ଧରି ୧ ନମ୍ବର ଚ୍ୟାନେଲ, ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଏମ୍‌ଡି

ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ ଜଣାଇଛନ୍ତି ଓଟିଭି MD ଜଗି ମଙ୍ଗତ ପଣ୍ଡା । ଓଟିଭିର ୨୫ ବର୍ଷର ଯାତ୍ରାକୁ ସେ ସ୍ୱାଗତ ଜଣାଇବା ସହ ଦୀର୍ଘ ୨୫ ବର୍ଷ ଧରି ଓଟିଭିକୁ ଏକ ନମ୍ବର ଚ୍ୟାନେଲର ମାନ୍ୟତା ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । More

ଓଡ଼ିଶାର ନମ୍ବର ୧ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭି ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି: କେନ୍ଦ୍ରମନ୍ତ୍ରୀ

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି। More

ଯୁଦ୍ଧ ମଇଦାନରୁ ସୁରକ୍ଷିତ ଫେରିଲେ ଆଉ ୧୧ ଓଡ଼ିଆ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସମସ୍ତେ ଘରକୁ ଫେରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । More

ଭୋଟରଙ୍କ ବିଶ୍ୱାସ ଆଗରେ ଫିକା ପଡ଼ିଲା ଅର୍ଥବଳ

ଏ ବିଜୟୀ ସରପଞ୍ଚ ମାନଙ୍କୁ ଦେଖିଲେ ଠିକ୍ ମନେ ହେଉଛି ପଞ୍ଚାୟତ ନିର୍ବାଚନବେଳେ ଅନେକ ଜାଗାରେ ଭୋଟର ଅର୍ଥ-ମଦ ଓ ଭୋଜିରେ ଭାସିଥିଲେ ବି ବାଛିଛନ୍ତି କିନ୍ତୁ ଉପଯୁକ୍ତ ପ୍ରାର୍ଥୀ। More

କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ । More

ପଞ୍ଚାୟତ ନିର୍ବାଚନ ଫଳ ସ୍ପଷ୍ଟ ହେବା ପରେ ଏବେ ବ୍ଲକ୍ ଦଖଲ ପାଇଁ କସରତ

ବିଧାୟକଙ୍କ କ୍ୱାର୍ଟରରେ ପ୍ରବଳ ଗହଳି । ନୂଆ ସରପଂଚ, ସମିତି ସଭ୍ୟମାନଙ୍କର ଲାଗିଛି ଭିଡ଼ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ବି ଏକାଠି ହୋଇଛନ୍ତି ଆଶାୟୀ । More

ସାତ ଦରିଆ ପାରରେ ଯୁଦ୍ଧ ଚାଲିଛି, ହେଲେ ଏଠି ଆଖିରୁ ଲୁହ ଶୁଖୁନି

ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି । More

ଆହୁରି ଗୁମର ଖୋଲିବ ! ପୁଣି ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନକଲି ଡାକ୍ତର ରମେଶ

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । More