ସଂକ୍ଷେପରେ ଆଜିର ତାଜା ଖବର - Wednesday, 12 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଞ୍ଚାୟତ ନିର୍ବାଚନ ପାର ହେବାକୁ ପୁଳା ପୁଳା ପ୍ରତିଶ୍ରୁତି

ଗତ ମାସେ ମଧ୍ୟରେ  ରାଜ୍ୟରେ ମୋଟ୍ ଲକ୍ଷେ ୫ ହଜାର କୋଟିର ପୁଞ୍ଜିନିବେଶ ସହ ପ୍ରାୟ ୨୫ ହଜାର ନିଯୁକ୍ତି ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ସହ ଘୋଷଣା ହୋଇଛି। More

ଗାଁ ଗାଁ ରେ ଚର୍ଚ୍ଚା କିଏ ଜିତିବ, କିଏ ହାରିବ?

ଛାଇ ଗଲାଣି ପୋଷ୍ଟର ବ୍ୟାନର୍ । ଗାଁ ଛକରେ ହୋର୍ଡିଂ ଆଉ ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ତ୍ରିସ୍ତରୀୟ ପଂଚାୟତ ଚର୍ଚ୍ଚା । ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ୱାର୍ଡମେମ୍ବର, ସମିତି ସଭ୍ୟ, ସରପଂଚ ପାଇଁ କାହା କାହା ଭିତରେ ଲଢ଼େଇ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି । More

ବର୍ଷାରେ ଭିଜୁଛି ମଣ୍ଡିରେ ପଡ଼ିଥିବା ସାଇତା ଧାନ

ଲରଙ୍କୁ ଅପେକ୍ଷା ଭିତରେ ବର୍ଷାରେ ଭିଜି ଗଜା ଧରିରାଣି ସାଇତା ଧାନ। ଏହା ସତ୍ତ୍ୱେ ଏଯାଏଁ ମିଲର୍ସଙ୍କ ଦେଖାନଥିବା ଅଭିଯୋଗ କରିଛନ୍ତି ଚାଷୀ। More

ସଂକ୍ରମଣ ବୃଦ୍ଧି କାରଣରୁ ୫ ଦିନ ଯାଏଁ ହାଇକୋର୍ଟ ସଟଡାଉନ୍

ସଂକ୍ରମଣ ବଢୁଥିବାରୁ ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । More

'ଆହୁରି ୨ମାସ ବଢ଼ିବ କରୋନା ସଂକ୍ରମଣ'

ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି। More

ପଞ୍ଚାୟତ ନିର୍ବାଚନ ପ୍ରଚାର ଗାଇଡଲାଇନ୍ ଜାରି କଲେ SRC

କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ। More

ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ରାଜ୍ୟରେ ଧୀରେ ଧୀରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । More

ଆସ ଖାଇବା ‘ଛେନା ପୁର ଦିଆ ମଣ୍ଡା ପିଠା’

ପ୍ରାୟତଃ ପିଠା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ପୂଜାପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ଓଡ଼ିଆ ଘରର ଏକ ପାରମ୍ପରିକ ‘ଛେନା ପୁର ଦିଆ ମଣ୍ଡା ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

‘ରାଜ୍ୟରେ ଆହୁରି ୨ ମାସ ବଢ଼ିବ କରୋନା ସଂକ୍ରମଣ’

ରାଜ୍ୟରେ ଆହୁରି ଦୁଇ ମାସ ଯାଏଁ କରୋନା ବଢ଼ିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧିକ ରହିଛି। More

ପୁଣି ଭୁଶୁଡ଼ିଲା ବିଜୁ ସେତୁ, ପଦାରେ ପଡ଼ିଲା ନିମ୍ନମାନର କାମ

୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି । More

ସାଂଘାତିକ ହେଲାଣି କରୋନା ସ୍ଥିତି ! ଅକ୍ସିଜେନ୍-ହସ୍ପିଟାଲ ପ୍ରସ୍ତୁତ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ । More

ରାଜ୍ୟରେ ୮ ହଜାର ଟପିଲା ଦୈନିକ ସଂକ୍ରମଣ ! ୧୮ ବର୍ଷରୁ କମ୍ ବର୍ଗର ୭୯୨ ଜଣ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨ । More

ମେଲାଣି ନେଉଛନ୍ତି ମିହିର, ଅନ୍ତ୍ୟେଷ୍ଠି କ୍ରିୟାରେ ପ୍ରଶଂସକଙ୍କ ଭିଡ଼

ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ । More

ଅଭାବନୀୟ ଦୃଶ୍ୟ; ଜାଳିଦେଲେ ଶହ ଶହ କରୋନା କିଟ୍‌ !

ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । More

ରାଜ୍ୟ ସରକାରଙ୍କ ସଖି କଣ୍ଢେଇ ସାଜିଛନ୍ତି ରାଜ୍ୟ ନିର୍ବାଚନ କମିଶନ ! ଏଭଳି ସ୍ଥିତିରେ ନିର୍ବାଚନ, ଭୁଲ ନିଷ୍ପତି: କଂଗ୍ରେସ

କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି । More

ସରିନି ଅଦିନିଆ ବର୍ଷା, ଆହୁରି ୨ ଦିନ ବର୍ଷିବ ! କୁଆପଥର ବି ମାଡ଼ ହେବ

ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । More

ଆଜିଠୁ NEET PG କାଉନ୍‌ସେଲିଂ

ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍‌ସାଇଟ୍‌ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ । More

ଓଡିଆ ସିନେମା କହିଲେ ମିହିର ଦାସଙ୍କୁ ବୁଝାଏ: ପ୍ରସନଜିତ ରାୟ

ଓଃ...ସେମିତି ହେବା ପାଇଁ ଭାବିବା ବି କଷ୍ଟ। ଓଡ଼ିଶା ଓ ବିଶେଷ ଭାବେ ବ୍ରହ୍ମପୁରର ସିନେମା ହଲ ଉପରେ ହିନ୍ଦି, ତେଲୁଗୁ ଫିଲ୍ମର ଦବଦବା ଥିବା ବେଳେ ଉତ୍ତମ ମହାନ୍ତିଙ୍କ ଷ୍ଟାର ଡମ୍ ଏସବୁକୁ ଫିକା କରୁଥିଲା। More

ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା । More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା । More

ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । More

ରାଜ୍ୟରେ ବିଗିଡ଼ୁଛି ସ୍ଥିତି, ନିୟନ୍ତ୍ରଣ ବାହାରକୁ ଗଲାଣି ସଂକ୍ରମଣ !

ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ । More