ସଂକ୍ଷେପରେ ଆଜିର ତାଜା ଖବର - Tuesday, 11 January 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡିଆ ସିନେମା କହିଲେ ମିହିର ଦାସଙ୍କୁ ବୁଝାଏ: ପ୍ରସନଜିତ ରାୟ

ଓଃ...ସେମିତି ହେବା ପାଇଁ ଭାବିବା ବି କଷ୍ଟ। ଓଡ଼ିଶା ଓ ବିଶେଷ ଭାବେ ବ୍ରହ୍ମପୁରର ସିନେମା ହଲ ଉପରେ ହିନ୍ଦି, ତେଲୁଗୁ ଫିଲ୍ମର ଦବଦବା ଥିବା ବେଳେ ଉତ୍ତମ ମହାନ୍ତିଙ୍କ ଷ୍ଟାର ଡମ୍ ଏସବୁକୁ ଫିକା କରୁଥିଲା। More

ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା । More

କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା । More

ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । More

ରାଜ୍ୟରେ ବିଗିଡ଼ୁଛି ସ୍ଥିତି, ନିୟନ୍ତ୍ରଣ ବାହାରକୁ ଗଲାଣି ସଂକ୍ରମଣ !

ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ । More

ନିର୍ବାଚନ ନେଇ କଡ଼ା ଗାଇଡ୍‌ଲାଇନ୍, ଜାଣନ୍ତୁ ପ୍ରଚାର ବେଳେ କ’ଣ ରହିଛି କଟକଣା

ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ । More

ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ନିୟମ ଅନୁପାଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଆଦୌ ଟିକା ନେଇନଥିବା ଲୋକଙ୍କ ଟିକାକରଣ ଜୋରଦାର ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସଚେତନତା କାର୍ଯ୍ୟରେ ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । More

କାନ୍ଦି ପକାଇଲେ ଓଲିଉଡ୍‌ ଭିଲେନ୍ ରାଇମୋହନ

ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ। More

ଅଜାଙ୍କ ଠାରୁ ମିଳିଲା ପ୍ରେରଣା ! ବିଲୁପ୍ତ ପ୍ରାୟ ବାଦ୍ୟଯନ୍ତ୍ର ତିଆରି କଲେ ନବମ ଶ୍ରେଣୀ ଛାତ୍ର

ପିଲାଟି ବେଳୁ ପୁରୁଣା ବାଦ୍ୟ ଯନ୍ତ୍ର ପ୍ରତି ଆକୃଷ୍ଟ ଥିବା ସଂଗ୍ରାମଙ୍କୁ ଏଥିପାଇଁ ଅଜାଙ୍କ ଠାରୁ ଅଧିକ ପ୍ରେରଣା ମିଳିଥିଲା । ଠକରା ବାଦ୍ୟ ଯନ୍ତ୍ରଙ୍କୁ ତିଆରି କରିବା ପାଇଁ ୭ ବର୍ଷ ବୟସରୁ ଅଜାଙ୍କ ଠାରୁ ଶିକ୍ଷା ନେଇଥିଲେ । ସଂଗ୍ରାମ ଅତି ସହଜରେ ଏହି ବାଦ୍ୟଯନ୍ତ୍ର ମାଧ୍ୟମରେ ପାଟି ଛାତିକୁ ହାତରେ ବାଡାଇ ବିଭିନ୍ନ ପ୍ରକାର ମ୍ୟୁଜିକ୍ ତିଆରି କରିପାରୁଛନ୍ତି More

ମାସ୍କ ଚେକିଂ ନାମରେ ପ୍ରଶାସନର ଜୁଲମ ! ପୌର କାର୍ଯ୍ୟାଳୟ ସହ ଥାନା ଘେରିଲେ ଦୋକାନୀ

ଲୋକଙ୍କ ଠାରୁ ପ୍ରଶାସନ ପକ୍ଷରୁ ଜୋରକରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ବାସୁଦେବପୁର ସହରର କେତେକ ଦୋକାନୀ ପୌର କାର୍ଯ୍ୟାଳୟ ସହ ଥାନା, ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଘେରି ହୋ ହଲ୍ଲା କରିବା ସହ ପ୍ରତିବାଦ କରିଛନ୍ତି । More

ଗୋଟିଏ ଯୁଗର ଅନ୍ତ ! ଆରପାରିରେ ଓଲିଉଡ୍‌ର 'କାକା'

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । More

ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ

ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ More

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC ! ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମକର ସଂକ୍ରାନ୍ତି ପାଇଁ କଟକଣା ଜାରି କରାଯାଇଛି । More

‘ମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ, ଏ ଜନ୍ମରେ ଆଉ ରିକଭରି ହୋଇପାରିବନି’

ବ୍ରହ୍ମପୁରର ଡାକ୍ତର ସୁମିତ୍‌ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  More

ଦୁର୍ଦ୍ଦିନରେ ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର: ମିଳୁନି ହଷ୍ଟେଲ୍‌, ବସ୍ତିରେ ରହି ଆହାର କେନ୍ଦ୍ରରେ ଖାଉଛନ୍ତି

ଯେଉଁଠି ରୋଷେଇବାସ ସେଇଠି ଖିଆପିଆ ଓ ପାଠପଢ଼ା। ଛୋଟିଆ ଆଜ୍‌ବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ରେଭେନ୍ସାର ଦିବ୍ୟାଙ୍ଗ ଛାତ୍ର। ଅର୍ଥାଭାବରୁ ହଷ୍ଟେଲରେ ରହିବାର ସୁବିଧା ନପାଇ ରହୁଛନ୍ତି ବସ୍ତିରେ। ତଥାପି ସଂଘର୍ଷ କରି ଆଗକୁ ବଢିବା ପାଇଁ ଉଦ୍ୟମ ଚଳାଇଛନ୍ତି।  More

ନିର୍ବାଚନ ଶୋଭାଯାତ୍ରା ସମ୍ପୂର୍ଣ୍ଣ ମନା, ନୋମିନେସନ ବେଳେ ଗୋଟିଏ ଗାଡ଼ିକୁ ଅନୁମତି

ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି।  More

ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ: ଫେବୃଆରୀ ୧୬ରୁ ନିର୍ବାଚନ

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। More

ଭଦ୍ରକ କଲେଜରେ ଆଡମିଶନ ଘୋଟଲା: ମାର୍କ ସତ, ସାର୍ଟିଫିକେଟ୍ ମିଛ !

୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।    More

ଆଜି ୧୦ ଜିଲ୍ଲାରେ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ

ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  More

ହଠାତ୍‌ ଓଡ଼ିଶାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ଚିହ୍ନଟ ହେଲେ ୭,୦୭୧ ପଜିଟିଭ୍‌, ଟପ୍‌ରେ ଖୋର୍ଦ୍ଧା

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୭ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୦୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଜଣ ସଂକ୍ରମିତ ଚିହ୍ନଟ। More

ପରଲୋକରେ ପୂର୍ତତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ

ପୂର୍ତତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ସେ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। More

ଅମଳବେଳକୁ ମାଡ଼ି ଆସୁଛି ଅଦିନିଆ ବର୍ଷା

ଆଗକୁ ରହିଛି ଅଦିନିଆ ବର୍ଷା। ଚିନ୍ତାରେ ପଡିଗଲେଣି ଚାଷୀ। ମଣ୍ଡିଗୁଡ଼ିକ ପଡିଛି ଖୋଲାମେଲା ଅବସ୍ଥାରେ। କ୍ଷେତରେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ଅମଳ ଫସଲର ସୁରକ୍ଷା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ। More

କରୋନାର ଦ୍ରୁତ ସଂକ୍ରମଣ ଭିତରେ ନିର୍ବାଚନ ଚିନ୍ତା

କରୋନାକୁ ବେଖାତିର କରି ଚାଲିଛି ନିର୍ବାଚନ ଚିନ୍ତା। ନିର୍ବାଚନକୁ ସୁରକ୍ଷିତ କରିବା, ଗାଇଡଲାଇନ୍ ପ୍ରସ୍ତୁତ କରିବା ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ। ନିର୍ବାଚନର ସମସ୍ତ ଦିଗକୁ ନେଇ ହୋଇଛି ମାନସମନ୍ଥନ। More

ବଢିଲା ସରକାରୀ ଚାକିରି ପାଇଁ ବୟସ ସୀମା

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି More

ଘର ଦେଲେ ପ୍ରଧାନମନ୍ତ୍ରୀ, ତୁମେ କାଇଁ ମାରୁଛ ମୁଖ୍ୟମନ୍ତ୍ରୀଙ୍କ ଫଟୋ

କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ। More

ମାସ୍କ ନ ପିନ୍ଧିଲେ ସାଙ୍ଗରେ ନେଇଯାଉଛନ୍ତି ଯମରାଜ୍‌

ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି । More