Advertisment

Yellow Warning: ରାଜ୍ୟରେ ଭୀଷଣ ଗରମ ଓ ଗୁଳୁଗୁଳି; ଏଇ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Yellow Warning for Heat and Sultry Weather

Yellow Warning for Heat and Sultry Weather

ମୌସୁମୀ ଓଡିଶାରେ ପହଞ୍ଚି ସାରିଥିଲେ ମଧ୍ୟ ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଆଗାମୀ ୩ ଦିନ ଯାଏ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ହେବ । ଏ ନେଇ ଆଲର୍ଟ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Advertisment

ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପରିବେଶ ଯୋଗୁଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଏହା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 

ଅଧିକ ପଢ଼ନ୍ତୁ: ମୌସୁମୀରେ ବିରାମ ! ବଢିଲା ଗ୍ରୀଷ୍ମର ପ୍ରକୋପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment

ରାଜ୍ୟର କିଛି କିଛି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ମଧ୍ୟ ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ମୌସୁମୀ ଉଭାନ! ଆଜି ବି କଲବଲ କରିବ ଗୁଳୁଗୁଳି

Weather Yellow Warning Rise In Temperature
Advertisment
Advertisment