Advertisment

Heat Wave Alert: ମୌସୁମୀ ଉଭାନ! ଆଜି ବି କଲବଲ କରିବ ଗୁଳୁଗୁଳି

ଆଗାମୀ ସପ୍ତାହେ ଯାଏଁ ବର୍ଷା ହେବାର ସମ୍ଭାବନା ନ ଥିବାରୁ ମଙ୍ଗଳବାର ଓ ବୁଧବାର ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Summer alert

Summer alert

ମୌସୁମୀର ଆଗମନରେ କିଛି ଦିନ ଧରି ସାରା ରାଜ୍ୟରେ ବର୍ଷିବା ପରେ ଏବେ ଠପ ହୋଇଯାଇଛି ବର୍ଷା। ଦକ୍ଷିଣ ଓଡିଶାର କିଛି ସ୍ଥାନକୁ ଏବେ ଯାଏଁ ବି ମୌସୁମୀ ବାୟୁ ଛୁଇଁ ନାହିଁ। ଆଗାମୀ ସପ୍ତାହ ଯାଏଁ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ। ଜଳବାୟୁ ସ୍ଥିତି ଅନୁକୂଳ ନଥିବାରୁ ମୌସୁମୀ ଏବେ ଆଗକୁ ଅଗ୍ରସର ହେବନି।

Advertisment

ରାଜ୍ୟର ଆକାଶ ମେଘମୁକ୍ତ ଥିବାରୁ ଆଜି ବି ଜଳାଇବ ତାତି। ମଙ୍ଗଳବାର ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଂଜାମ, ଗଜପତି ଏବଂ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ବୁଧବାର ମଧ୍ୟ ଏହି ସବୁ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଓ ଗରମ ସ୍ଥିତି ରହିବ। ଆସନ୍ତା ୬ ତାରିଖ ଯାଏଁ ଉପକୂଳବର୍ତ୍ତୀ ୧୧ ଜିଲ୍ଲାକୁ ହିଟୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି।

ଅଧିକ ପଢ଼ନ୍ତୁ: ମୌସୁମୀରେ ବିରାମ ! ବଢିଲା ଗ୍ରୀଷ୍ମର ପ୍ରକୋପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment

ଅନ୍ୟପଟେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର ଏବଂ ଭଦ୍ରକରେ କାଳବୈଶାଖୀ ସମ୍ଭାବନା ରହିଛି। ମେ’ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି। ଏବେ ରାଜ୍ୟର ଆକାଶ ମେଘମୁକ୍ତ ଥିବାରୁ ଧୀରେଧୀରେ ରାଜ୍ୟର ତାତି ବଢ଼ିବାରେ ଲାଗିଛି। ଏହି ସ୍ଥିତି ରଜ ଯାଏ ଲାଗିରହିବ। ରଜ ପରେ ପୁଣି ମୌସୁମୀ ଫେରିବ ବୋଲି ଆକଳନ କରାଯାଉଛି।

ଅଧିକ ପଢ଼ନ୍ତୁ: ପୁଣି ଉପରମୁହାଁ ପାରଦ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

Odisha Heat Wave Warning Humidity
Advertisment
Advertisment