Advertisment

Rain Alert:୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଆଜି ଜଗତସିଂହପୁର ଓ କେନ୍ଦ୍ରପଡ଼ାକୁ ଅରେଞ୍ଜ ଆଲର୍ଟ

ପୂରା ରାଜ୍ୟରେ ଆହୁରି ତିନି ଦିନ ଯାଏଁ ବର୍ଷା ସମ୍ଭାବନା । ୨୭ ତାରିଖରେ ସାରା ରାଜ୍ୟକୁ ୟେଲୋ ଆଲର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

author-image
Manasranjan Mohanty
rain warning

rain warning

ରାଜ୍ୟରେ ଆହୁରି ତିନି ଦିନ ଯାଏଁ ବର୍ଷା ସମ୍ଭାବନା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସମ୍ଭାବନା ରହିଛି ।

Advertisment

ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଜଗତସିଂହପୁର ଓ କେନ୍ଦ୍ରପଡ଼ା ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାକି ୨୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । କାଲି କନ୍ଧମାଳ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ ବାକି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

୨୭ ତାରିଖରେ ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ଅତିପ୍ରବଳ ବର୍ଷା ହୋଇପାରେ ।

Advertisment

ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖାରେ ଷଷ୍ଠ ଥର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଂଚଳ ପ୍ରଭାବିତ। ବିଭିନ୍ନ ଗାଁ ପାଣି ଘେରରେ ରହିଥିବାବେଳେ ନଦୀ କୂଳିଆ ଗାଁ ଗୁଡ଼ିକରେ ୪ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି । ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

Odisha Rain Warning Rain Alert
Advertisment
Related Articles
Advertisment