Advertisment

ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଆଖିକୁ ଦିଶୁନି ରାସ୍ତା

ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ।

ଅଦ୍ୟତନ ହୋଇଛି
Dense Fog In Twin Cities

Thick blanket of fog envelopes twin cities

Advertisment

ରାଜ୍ୟରେ ଆହୁରି ଖସିବ ପାରଦ। ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସଂଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। କୁହୁଡ଼ି ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଟକଭୁବନେଶ୍ୱର ରେ ଘନ କୁହୁଡ଼ିର ଆସ୍ତରଣ। ଘନ କୁହୁଡ଼ି ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନାହିଁ।

Advertisment

ଅଧିକ ପଢ଼ନ୍ତୁ: ଥରୁଛି କନ୍ଧମାଳ, ସାରା ରାଜ୍ୟରେ ପ୍ରବଳ ଜାଡ଼

ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବିମାନ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ସେହିପରି ଭୁବନେଶ୍ୱରରେ ୪ଟି ବିମାନର ଅବତରଣ ମଧ୍ୟ ବିଳମ୍ବିତ ହୋଇଛି।  

Advertisment

Winter Fog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ