Advertisment

ମାଘ ନ ସରୁଣୁ ରାଜ୍ୟରୁ ଶୀତ ଗାଏବ; ଟାଇଁ ଟାଇଁ ଖରାରେ ଜଳୁଛି ଓଡ଼ିଶା !

ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଜାରି ଥିବାରୁ ଉଭୟ ରାତି ଓ ଦିନର ତାପମାତ୍ରା ବଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୨୨ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ।

author-image
Manoranjan Behera
ଅଦ୍ୟତନ ହୋଇଛି
Heat Wave In Odisha

Heat Wave

ମାଘ ନ ସରୁଣୁ ରାଜ୍ୟରୁ ଗାୟବ ହୋଇଗଲାଣି ଶୀତ। ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଜାରି ଥିବାରୁ ଉଭୟ ରାତି ଓ ଦିନର ତାପମାତ୍ରା ବଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୨୨ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ୨୪ ତାରିଖରେ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ, ୨୬ ତାରିଖ ଯାଏ ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି।

ଗତକାଲି ଭୁବନେଶ୍ୱରରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି  ବୌଦ୍ଧରେ ୩୬, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୩୫.୬, ପାରାଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Advertisment

Weather Update Heat Wave
Advertisment
Advertisment