Advertisment

ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କ ସମେତ ଚାରିଜଣ ନକ୍ସଲଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର, ଏରିଆ କମାଣ୍ଡର ଏବଂ ସବ-ଜୋନାଲ କମାଣ୍ଡରଙ୍କ ବ୍ୟତୀତ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
jharkhand naxal encounter

Encounter

ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର । ଆଜି ସକାଳେ ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ଗୁଆ ପୋଲିସ ଷ୍ଟେସନ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କ ସମେତ ଚାରିଜଣ ନକ୍ସଲଙ୍କୁ ସୁରକ୍ଷାକର୍ମୀ ହତ୍ୟା କରିଛନ୍ତି । ହତ୍ୟା କରାଯାଇଥିବା ନକ୍ସଲମାନଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର, ଏରିଆ କମାଣ୍ଡର ଏବଂ ସବ-ଜୋନାଲ କମାଣ୍ଡରଙ୍କ ବ୍ୟତୀତ ଜଣେ ମହିଳା ନକ୍ସଲ ମଧ୍ୟ ଅଛନ୍ତି।

Advertisment

ଏଥିସହ ସୁରକ୍ଷାକର୍ମୀ ମଧ୍ୟ ଦୁଇ ଜଣ ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଯେଉଁଥିରେ ଜଣେ କ୍ଷେତ୍ର କମାଣ୍ଡର ଏବଂ ଜଣେ ମହିଳା ନକ୍ସଲାଇଟ୍ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସପି ଆଶୁତୋଷ ଶେଖର। ତେବେ ଏବେ ବି ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଛତିଶଗଡ଼ରେ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା

ଏହା ପୂର୍ବରୁ ଗତ ଶନିବାର ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବାଏନକାଉଣ୍ଟରରେ ଆଠ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

Advertisment

ସୂଚନା ଅନୁସାରେ ଜୁନ୍‌ ୧୫ରେ ସକାଳ ସମୟରେ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ । ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା। ଗତ ୧୨ ତାରିଖରୁ ୪ ଜିଲ୍ଲାର ଡିଆରଜି, ଏସଟିଏଫ୍ ଓ ଆଇଟିବିପିର ୫୩ ବାଟାଲିୟନ ପକ୍ଷରୁ ଅପରେସନ ଚାଲୁ ରହିଥିଲା । ବିଜାପୁର ଜିଲ୍ଲା ନାରାୟଣପୁରରେ ରହିଛି ଅବୁଝମାଡ଼ଜଙ୍ଗଲ। ଏହା ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ। ଏହି ଜଙ୍ଗଲ ପ୍ରାୟ ୪ ହଜାର କିଲୋମିଟର ଅଞ୍ଚଳକୁ ବ୍ୟାପିଛି । ଅବୁଝମାଡ଼ ଜଙ୍ଗଲରେ ଟପ୍ ନକ୍ସଲ କ୍ୟାଡର ଲାଲବାହିନୀ ପାଇଁ ରଣନୀତି କରିଥାନ୍ତି ।

ସେହିପରି ଗତ ଜୁନ ୮ ତାରିଖରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ହମଲା ହୋଇଥିଲା । ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଥିଲେ। । ଡିଆରଜି ଯବାନଙ୍କ ଗୁଳିରେ ଏହି ୫ ଜଣ ମାଓବାଦୀଙ୍କ ପ୍ରାଣହାନୀ ଘଟିଥିଲା। ସେହିପରି ଛତିଶଗଡ଼ ନିକଟ ଭିମାନଖୋଜିରେ ଏକ ନକ୍ସଲ ଶିବିରକୁ ସୁରକ୍ଷାକର୍ମୀ ଧ୍ୱଂସ କରିଥିଲେ। ଘଟଣାସ୍ଥଳରୁ ଲାଲବାହିନୀ ଖସି ପଳାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓ ପୁସ୍ତିକା, ଔଷଧ ସହ ରନ୍ଧାଖାଦ୍ୟ ଜବତ କରାଯାଇଥିଲା ।

ସେହିପରି ଜୁନ ୧୧ ତିରଖରେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସୀମାର ପୁସୁଗୁପା ଜଙ୍ଗଲରୁ ସ୍ପାଇକ୍ ହୋଲ୍ ଠାବ କରିଥିଲେ ସୁରକ୍ଷାବାହିନୀ । ଛତିଶଗଡ଼ ଏବଂ ତେଲେଙ୍ଗାନା ପୋଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ ଚାଲିଥିଲା। ଏହି ସମୟରେ ମାଟି ଖୋଳି ଲୁହା କଣ୍ଟା ପୋତି ଶୁଖିଲା ପତ୍ର ଘୋଡେଇ ରଖାଯାଇଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ । ଜଙ୍ଗଲରୁ ୪୩୯୬ଟି ଲୁହା ସ୍ପାଇକ୍ ଜବତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ନିପାତ ହେବେ ଆତଙ୍କବାଦୀ, ଜୋରଦାର ହେବ ଅପରେସନ୍‌.. ଯବାନଙ୍କୁ ମିଳିବ ଫୁଲ ପାୱାର...

Jharkhand Naxal Encounter
Advertisment
Advertisment