Advertisment

River Inflows Rise: ବର୍ଷା ପାଇଁ ଆଲର୍ଟ; ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର

ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଆଜିଠାରୁ ନଦୀ ଗୁଡ଼ିକର ଜଳସ୍ତର ବଢିବ ବୋଲି ସତର୍କ କରିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା ଜାରି କରାଯାଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
River Inflows

River Inflows

ରାଜ୍ୟରେ ବଢିବ ବିଭିନ୍ନ ନଦୀର ଜଳସ୍ତର। ସତର୍କତା ଜାରି କଲା ଜଳ ସଂପଦ ବିଭାଗ। ପ୍ରବଳ ବର୍ଷା ଫଳରେ ଆଜିଠାରୁ ନଦୀ ଗୁଡ଼ିକର ଇନ-ଫ୍ଲୋ ବଢିବ। ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ କରିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଗତକାଲିଠାରୁ ଆଜି ଭିତରେ ୧୫ ଜିଲ୍ଲାର ୪୩ ବ୍ଲକରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି। ହୀରାକୁଦର ୧୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ। ତେବେ ବର୍ତମାନ ସମସ୍ତ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ରହିଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

Advertisment

ସେପଟେ ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଏସଆରସି। ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ବର୍ଷା ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ଅତିପ୍ରବଳ ବର୍ଷା ହେବ। ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତା ୨୮ ତାରିଖ ଯାଏଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ: ଅବପାତ ରୂପ ନେଲା ଲଘୁଚାପ, ଏହି ଜିଲ୍ଲାରେ ଅତିଭୀଷଣ ବର୍ଷା

Odisha Water Resources Department
Advertisment
Advertisment