Advertisment

Low Pressure: ଅବପାତ ରୂପ ନେଲା ଲଘୁଚାପ, ଏହି ଜିଲ୍ଲାରେ ଅତିଭୀଷଣ ବର୍ଷା

କେନ୍ଦୁଝର ଓ ମୟୂରଭଞ୍ଜରେ ହେବ ଅତିଭୀଷଣ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ କରାଯାଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Rainfall

Rainfall

ଅବପାତ ରୂପ ନେଲା ଲଘୁଚାପ । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଆଡ଼େ ମୁହାଁଇବ । ଏହା ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜରେ ଅତିଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥି ପାଇଁ ଏହି ଦୁଇ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ ।

Advertisment

ସେହିଭଳି ୧୦ ଜିଲ୍ଲା ଯେପରିକି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ. ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଜାରି ହୋଇିଛି ୟେଲୋ ଆଲର୍ଟ ।

ଗତକାଲି ଠାରୁ ଟୁଇନସିଟି କଟକ- ଭୁବନେଶ୍ବରରେ ବର୍ଷା ଜାରି ରହିଛି । କୋହଲା ପାଗ ସହିତ ଝିପିଝିପି ବର୍ଷା ହେଉଛି । ରାଜ୍ୟର ଅନ୍ୟ ସ୍ଥାନରେ ସମାନ ପାଗ ରହିଛି । ଆସନ୍ତା ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ଅଧିକ ପଢନ୍ତୁ: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ: ଏହି ଜିଲ୍ଲାରେ ପ୍ରବଳ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

Weather IMD Forecast Well-marked Low Pressure Heavy Rainfall
Advertisment
Advertisment