/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748097480.jpg)
Monsoon Arrives Early
କେରଳରେ ଏଣ୍ଟ୍ରି ମାରିଲା ମୌସୁମୀ । ଏ ବର୍ଷ ଆଗରୁ ଆସିଲା । ୧୬ ବର୍ଷ ପରେ ସଅଳ ପହଞ୍ଚିଲା । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ମୌସୁମୀ ଆଗମନରେ ଭିଜୁଛି ପୂରା ରାଜ୍ୟ । ଲାଗି ରହିଛି ତୁହାକୁ ତୁହା ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ଭୀଷଣ । ତିରୁବନ୍ତପୁରମରରେ ମୂଷଳଧାରାରେ ବର୍ଷାରେ ଉପୁଡି ପଡ଼ିଥିଲା ବିରାଟକାୟ ଗଛ । ମୌସୁମୀ ପୂରା କେରଳକୁ କଭର କରିଥିବା ବେଳେ ପଡ଼ୋଶୀ ତାଲିମନାଡୁ, କର୍ଣ୍ଣାଟକ ଓ ମିଜୋରାମର କିଛି ଅଞ୍ଚଳକୁ ବି ଅଗ୍ରସର ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେରଳର ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ।
ଅଧିକ ପଢ଼ନ୍ତୁ: ଇନର୍ ଚାଇଲ୍ଡ ଅତୀତର ବର୍ତ୍ତମାନକୁ ପ୍ରଭାବିତ କରେ କାହିଁକି?
ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । ଏବର୍ଷ ଆଗୁଆ ଆସିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ ହୋଇଛି । ପୂର୍ବରୁ ୧୯୯୦ରେ ମେ'୧୯ରେ କେରଳ ଛୁଇଁଥିଲା ମୌସୁମୀ । ଶେଷଥର ୨୦୦୯ ମେ' ୨୩ରେ ପାଦ ଥାପିଥିଲା । ୧୬ ବର୍ଷ ପରେ ଏବର୍ଷ ସଅଳ ପ୍ରବେଶ କରିଛି । ଗତବର୍ଷ ମେ ୩୦ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ବାୟୁ ।
ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶାରେ ଏଣ୍ଟ୍ରି କରିଥାଏ ମୌସୁମୀ । କିନ୍ତୁ ଏବର୍ଷ ଓଡ଼ିଶାକୁ ବି ସଅଳ ଆସିପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେବେ କେବେ ପ୍ରବେଶ କରିବ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇ ନାହିଁ। ଓଡ଼ିଶା ଅଗ୍ରସର ନେଇ ପାଗ ଏବେ ଅନୁକୂଳ ରହିଛି । ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହେଉଛି ।
ପାଣିପାଗ ବିଭାଗ କହିଛି, ଉତ୍ତର ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ ବିସ୍ତୃତି ବର୍ଷା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ଭୀଷଣ ବର୍ଷା ନେଇ ଆଜି ପାଇଁ ୫ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତା ୩୦ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ବଜ୍ରପାତ ସହ ବର୍ଷା ପବନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)