Advertisment

୧୨ରୁ ବଢ଼ିବ ଶୀତ; କୋରାପୁଟ ଓ କନ୍ଧମାଳରେ ସର୍ବାଧିକ ଥଣ୍ତା

ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।

ଅଦ୍ୟତନ ହୋଇଛି
Winter Weather in Odisha

Cold Wave

Advertisment

ଖସିବ ରାତି ତାପମାତ୍ରା, ବଢ଼ିବ ଶୀତ । ରାଜ୍ୟରେ ଥଣ୍ଡାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖ ପରେ ରାତିରେ ତାପମାତ୍ରା ଖସିବ, ଫଳରେ ଶୀତର ପରିମାଣ ବି ବଢ଼ିବ। ସେପଟେ ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି। 

Advertisment

ବିଶେଷ ଭାବେ କୋରାପୁଟକନ୍ଧମାଳ ରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଗତକାଲି ରାତିରେ ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା ସିମିଲିଗୁଡ଼ା । କୋରାପୁଟ ସିମିଲିଗୁଡ଼ାରେ ୧୨ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜି ଉଦୟଗିରିରେ ୧୩.୪ ଡିଗ୍ରୀ, କୋରାପୁଟ ୧୪ ଏବଂ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Cold Wave Winter Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ