ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ । ୨୪ ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ଆସନ୍ତାକାଲିଠାରୁ ଶୀତ କମିବ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି । ଏପଟେ ଆଜି କୁହୁଡ଼ିର ପ୍ରଭାବ ରହିବ । ଅନୁଗୁଳ, ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା । ସବୁଠୁ ଅଧିକ ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି । ୫ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ପାଲଟିଛି । ସେହିଭଳି ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ତାପମାତ୍ରା ରହିଛି । କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
Also Read
ଗତକାଲି ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଥିଲା । ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଥିଲା । ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା ରହିଛି । କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢ଼ନ୍ତୁ: ଥରାଉଛି ଶୀତ, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା
ସେହିପରି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀକୁ ଖସି ଆସିଛି । ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଂଜରେ କୁହୁଡି ସମ୍ଭାବନା ରହିଛି ।
ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ । ରାତ୍ରି ତାପମାତ୍ରା କମିବା ଫଳରେ ୧୦ ଡିଗ୍ରୀ ତଳେ ୯ ସହର ରହିଛି । ୭.୫ ସହ ଫୁଲବାଣୀ ସବୁଠୁ ଥଣ୍ଡା ପାଲଟିଛି । ଏହା ସହ ରାଉରକେଲାରେ ୮.୭ ଡିଗ୍ରୀ ରହିଛି । କୋରାପୁଟରେ ୮.୮ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳ ୯ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ, ଭବାନୀପାଟଣାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ।
ସେହିପରି କେନ୍ଦୁଝରରେ ୧୦.୪ ଡିଗ୍ରୀ, ହୀରାକୁଦରେ ୧୧.୬ ଡିଗ୍ରୀ ଥିବା ବେଳେ ସମ୍ବଲପୁର ୧୧.୯ ଡିଗ୍ରୀ ରେକର୍ଡ ହୋଇଛି । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି । ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା ହେଉଛି ।