/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735972996.jpg)
Cold Wave Continues
ଜାଡ଼ରେ ଥରୁଛି ସାରା ରାଜ୍ୟ । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର । ରାଉରକେଲାରେ ୮.୭ ଡିଗ୍ରୀ ରେକର୍ଡ ହୋଇଛି । ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହରର ତାପମାତ୍ରା ରହିଛି । କୋରାପୁଟରେ ୮.୮ ଡିଗ୍ରୀ, ଝାରସୁଗୁଡାରେ ୯, ଅନୁଗୁଳ ୯, ଦାରିଙ୍ଗବାଡି ୯.୫ ଭବାନୀପାଟଣା ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ସମ୍ଭାବନା ରହିଛି । ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଂଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଂଜରେ କୁହୁଡି ସମ୍ଭାବନା ରହିଛି । ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ: ୧୦ ଡିଗ୍ରୀ ତଳେ ୮ ସହର, ରାଉରକେଲା ପାଲଟିଲା ସବୁଠୁ ଥଣ୍ଡା ସହର
ରାତ୍ରି ତାପମାତ୍ରା କମିବା ଫଳରେ ୧୦ ଡିଗ୍ରୀ ତଳେ ୯ ସହର ରହିଛି । ୭.୫ ସହ ଫୁଲବାଣୀ ସବୁଠୁ ଥଣ୍ଡା ପାଲଟିଛି । ଏହା ସହ ରାଉରକେଲାରେ ୮.୭ ଡିଗ୍ରୀ ରହିଛି । କୋରାପୁଟରେ ୮.୮ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳ ୯ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ, ଭବାନୀପାଟଣାରେ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ ।
ସେହିପରି କେନ୍ଦୁଝରରେ ୧୦.୪ ଡିଗ୍ରୀ, ହୀରାକୁଦରେ ୧୧.୬ ଡିଗ୍ରୀ ଥିବା ବେଳେ ସମ୍ବଲପୁର ୧୧.୯ ଡିଗ୍ରୀ ରେକର୍ଡ ହୋଇଛି । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି । ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)