Advertisment

ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି।

ଅଦ୍ୟତନ ହୋଇଛି
Odisha Rainfall Alert

Heavy spell of rain likely to affect 6 districts

Advertisment

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୮ଟା ଯାଏ ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସେହିପରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରକୁ ଆଲର୍ଟ କରାଯାଇଛି। ଏହି ସମୟରେ ବର୍ଷା ଯୋଗୁଁ ଦୂର ବାଟ ଦିଶିବାରେ ସମସ୍ୟା ସୃଷ୍ଟି କରିବ। ତଳିଆ ଅଞ୍ଚଳରେ ପାଣି ଜମିବା ପରି ସ୍ଥିତି ଉପୁଜିବ।  

Advertisment

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। କାଲି ଯାଏ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Advertisment

ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି। ଲିଙ୍ଗରାଜ ମନ୍ଦିର ନିକଟ ରାସ୍ତା ବୁଡ଼ିଥିବା ବେଳେ ଅଧାବୁଡ଼ା ଅବସ୍ଥାରେ ରହିଛି ବହୁ ଗାଡ଼ି।

Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ