Advertisment

Heavy Rain Likely in Odisha: ୨୭ରେ ଲଘୁଚାପ, ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

author-image
Namita Biswal
 Heavy Rain

Heavy Rain

ଆସୁଛି ବଡ଼ ବର୍ଷା । ଆସନ୍ତା ୨୭ ଓ ୨୮ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ୨ ଦିନ ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

Advertisment

ଅଧିକ ପଢନ୍ତୁ : 'ଯଦି ଜାମିନରେ ଯିବାକୁ ଚାହୁଁଛ, ସକାଳୁ ଆସି ବ୍ୟାଙ୍କ ସଫା କର'

ପାଣିପାଗ ବିଭାଗର ଆକଳନ ଅନୁସାରେ,  ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପ ବର୍ଷା ମୌସୁମୀ ବାୟୁ ଅଗ୍ରସରକୁ ଆହୁରି ସକ୍ରିୟ କରିବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି  । 

ସେହିପରି ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଆଗାମୀ ୨୪ ଘଣ୍ଟାରେ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବଦଳିଛି ପାଗର ମିଜାଜ୍ । କିଛି ସ୍ଥାନରେ ବର୍ଷା ପରେ ତାତି ଓ ଗରମ ଗୁଳୁଗୁଳିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । 

Advertisment

ଅଧିକ ପଢନ୍ତୁ : ଚାଲିବାକୁ ବଳ ନାହିଁ, ଭତ୍ତା ପାଇଁ ଘୁଷୁଡି ଘୁଷୁଡି ଗଲେ...

Weather Forecast Odisha Heavy Rainfall Alert Rainfall In Odisha Low Pressure Bay Of Bengal
Advertisment
Advertisment