Advertisment

ଦୃଶ୍ୟମାନ ହେଲା ବାତ୍ୟା ଅସାନିର ଆଖି

ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Cyclone Asani

Cyclone Asani

ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ଆଜି ସକାଳ ୯ଟା ବେଳେ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ତେବେ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଏହା ଦୃଶ୍ୟମାନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ବାତ୍ୟା ଅସାନି। ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦କିମି ରହିଛି। 

ବାତ୍ୟା ଅସାନିର ଲାଇଭ ଅପଡେଟ୍: ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ

Advertisment

ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି |

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଯାହା ଅନୁମାନ କରାଯାଉଛି, ୧୦ ତାରିଖ ରାତି ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।

Cyclone Asani Cyclone Impact In Odisha Cyclone Alert
Advertisment
Advertisment