ବଢ଼ିଲା ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ବାତ୍ୟା ସମ୍ଭାବନା ଥିବା ନେଇ ଟ୍ୱିଟ୍ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା ହେଲେ, କେଉଁଠି ମାଡ଼ ହେବ ? କେତେ ଜୋରରେ ପବନ ବୋହିବ ? ଏସବୁ କିଛି ସ୍ପଷ୍ଟ ହୋଇନି, ତଥାପି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା ବଢ଼ିଛି ।
Also Read
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!!
— Meteorological Centre, Bhubaneswar (@mcbbsr) October 18, 2022
ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ pic.twitter.com/yVUqSfcwbx
ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକଣି ଗାଁ ସମୁଦ୍ରଠୁ ମାତ୍ର ୫୦ ମିଟର ଦୂରରେ ହୋଇଛି ଧାନ ଚାଷ। ଛନ ଛନିଆ ଧାନ ଗଛରେ କେଣ୍ଡା ଧରି ଫୁଲ ଉଡୁଛି । ହେଲେ ଯଦି ବାତ୍ୟା ମାଡ଼ ଖାଏ, ତାହାଲେ ଉଜୁଡିଯିବ ବର୍ଷକର ଦାନା । ଅସ୍ତରଙ୍ଗ, କୋଣାର୍କ ଓ କାକଟପୁର ଆଦି ଅଞ୍ଚଳର ଚାଷୀ ବି ବାତ୍ୟା କଥା ଶୁଣି ପ୍ରମାଦ ଗଣିଲେଣି ।
#ବାତ୍ୟା_ସମ୍ଭାବନା_ବଢ଼ିଲା
— ଓଟିଭି (@otvkhabar) October 18, 2022
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ବାତ୍ୟା ସମ୍ଭାବନା ଥିବା ଟୁଇଟ୍ କଲା ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟରୁ ଲଘୁଚାପ ଓ ପରେ ଅବପାତ ହେବା ସମ୍ଭାବନା । ପାଣିପାଗ ବିଭାଗ ସୂଚନା ଅନୁସାରେ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । #Weather #Odisha #OTV pic.twitter.com/zAjsFVITYQ
ସେପଟେ ବାତ୍ୟା କଥା ଶୁଣୁ ଶୁଣୁ ଆଉ ସମୁଦ୍ରକୁ ଡଙ୍ଗା ଧରି ଯିବାକୁ ମନ କରୁନାହାନ୍ତି ବାଲେଶ୍ୱର ଜିଲ୍ଲା ତାଳସାରୀ ଅଞ୍ଚଳର ଅଧିବାସୀ। ଯେଉଁଠି ଡଙ୍ଗା ଚାଲିଲେ, ଘରେ ଚୂଲି ଜଳେ ସେଠି ବହୁ ସଂଖ୍ୟକ ମତ୍ସଜୀବୀ ଏବେଠୁ ଡଙ୍ଗା ବାନ୍ଧି ସୁରକ୍ଷିତ ସ୍ଥାନକୁ ନେଇଗଲେଣି। ଯେହେତୁ ସମୁଦ୍ର ଅଶାନ୍ତ ରହିବ, ସେମାନେ ସମୁଦ୍ର ଭିତରକୁ ଯିବାକୁ ଆଉ ସାହସ କରୁନାହାଁନ୍ତି।