• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ମାଡି ଆସୁଛି ବାତ୍ୟା 'ଦାନା' । ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ରହିଛି। ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ: ବାତ୍ୟା 'ଦାନା'; ଘଣ୍ଟାପ୍ରତି ୧୮ କିମି ବେଗରେ ମାଡ଼ି ଆସୁଛି

ବାତ୍ୟା ପୂର୍ବ ପ୍ରସ୍ତୁତି:

  • ଗୁରୁତ୍ବପୂର୍ଣ୍ଣ ଜିନିଷ ଓ ଜରୁରୀ କାଗଜପତ୍ରକୁ ସୁରକ୍ଷିତ ଭାବେ ରଖନ୍ତୁ
  • ଗୃହ ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ
  • ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ଔଷଧ ମହଜୁଦ ରଖନ୍ତୁ
  • ମେଡିସିନ, ମହମବତୀ, ଟର୍ଚ୍ଚ ଲାଇଟ ରଖିବା ମଧ୍ୟ ଜରୁରୀ
  • ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
  • ପିଲାମାନଙ୍କୁ ବାତ୍ୟା ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
  • ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
  • ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସମସ୍ତଙ୍କୁ ସଚେତନ କରାନ୍ତୁ
  • ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
  • ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
  • କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ବାତ୍ୟା ମୁକାବିଲା ପ୍ରସ୍ତୁତି; ପଞ୍ଜାବରୁ ଆସିଲେ ମହିଳା NDRF ସଦସ୍ୟ

ବାତ୍ୟା ସମୟରେ କଣ କରିବେ :

  • ବାତ୍ୟା ବା ଭାରି ବର୍ଷା ସମୟରେ ପିଲାଙ୍କୁ ନିଜପାଖରେ ରଖନ୍ତୁ
  • ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ, ଘରୁ ବାହାରନ୍ତୁ ନାହିଁ
  • ଘରରର କବାଟ କିମ୍ବା ଝରକାଠାରୁ ଦୂରେଇ ରୁହନ୍ତୁ
  • ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
  • ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ
  • ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
  • ବାତ୍ୟା ନେଇ ଆସୁଥିବା ଖବର ସହ ଅପଡେଟ୍ ରୁହନ୍ତୁ

ବାତ୍ୟା ସମୟରେ କଣ କରିବେ ନାହିଁ ?

  • ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ
  • ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ
  • ଘରର ଉପର ମହଲାରେ ରୁହନ୍ତୁ ନାହିଁ
  • ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ
  • ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନଅନ୍ତୁ ନାହିଁ

OTV is now on Whatsapp

Join and get latest news update delivered to you via whatsapp

Join Now