Advertisment

ବାତ୍ୟା ମୁକାବିଲା ପ୍ରସ୍ତୁତି; ପଞ୍ଜାବରୁ ଆସିଲେ ମହିଳା NDRF ସଦସ୍ୟ

ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି।ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍‌ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
10 NDRF Teams Dispatched To Vulnerable Districts

NDRF

ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି। ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ। କାଲି ଭୀଷଣ ରୂପ ନେବ। ତେବେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗୁଆ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ NDRF ଓ ଅନ୍ଯ ଉଦ୍ଧାରକାରୀ ଟିମ୍‌ ବି ସଜାଗ ଅଛନ୍ତି। ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍‌ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି। ବତ୍ୟାରେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବେ।

Advertisment

ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବର ଆସିଛନ୍ତି ୫ଟି NDRF ଟିମ୍। ଏହି ଟିମ୍ ରେ ମୋଟ ୧୫୨ ଜଣ ସଦସ୍ୟ ଅଛନ୍ତି। ସେମାନେ ପ୍ରଭାବିତ ୫ଟି ଜିଲ୍ଲାରେ ମୁତୟନ ହେବେ। ସେହି ଜିଲ୍ଲା ଗୁଡ଼ିକା ହେଲା- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ଏହି ଉଦ୍ଧାରକାରୀ ଟିମ୍‌ରେ ମହିଳା ସଦସ୍ୟଙ୍କୁ ସାମିଲ୍ କରାଯାଇଛି। ସେମାନେ ମହିଳାଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ଏମାନେ କାର୍ଯ୍ୟ କରିବା ସହ ବାତ୍ୟା ସମୟରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରାଶ ଓ ଉପକରଣ ସହ ଜିଲ୍ଲାକୁ ଗସ୍ତ କରିବେ।

ଅଧିକ ପଢ଼ନ୍ତୁ: Cyclone Dana: ଉପକୂଳରେ ବହିବ ଭୀଷଣ ପବନ! ଓଟିଭିକୁ ସୂଚନା ଦେଲେ IMD ଡିଜି

Advertisment

ସେପଟେ ବାତ୍ୟା ମୁକାବିଲା ପାଇଁ ୧୩ ଜିଲ୍ଲାରେ ମୁତୟନ ହୋଇଛନ୍ତି ୨୮୮ ଉଦ୍ଧାରକାରୀ ଟିମ୍। ସେମାନଙ୍କ ମଧ୍ୟରୁ ୧୯ଟି NDRF, ୫୧ଟି ଓଡ୍ରାଫ୍, ୧୭୮ଟି ଅଗ୍ନିଶମ ଟିମ୍ ଥିବା ବେଳେ, ୪୦ଟି ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩ଟି ଲେଖାଏଁ NDRF ଏବଂ ୬ଟି ଲେଖାଏଁ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।

ମୟୂରଭଞ୍ଜରେ ୨ଟି NDRF, ୬ଟି ଓଡ୍ରାଫ୍, ୨୬ଟି ଅଗ୍ନିଶମ ଏବଂ ୪ଟି ଅତିରିକ୍ତ ଅଗ୍ନିଶମ ଟିମ୍ କୁ ମିଶାଇ ମୋଟ ସର୍ବାଧିକ ୩୮ ଟିମ୍ ରହିଛନ୍ତି। ଏଥିସହ ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରେସ୍କ୍ୟୁ ଟିମ୍ ମୁତୟନ କରାଯାଇଛି।ଏଥିସହ ଗୋଟିଏ NDRF, ୯ଟି ଓଡ୍ରାଫ୍ ଏବଂ ୨୦ଟି ଅଗ୍ନିଶମ ଟିମ୍ ରିଜର୍ଭ ରଖାଯାଇଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟପନ୍ଥାକୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ସରକାରଙ୍କ ଜିରୋ କାଜୁଆଲିଟି ମିଶନ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରିବାକୁ ସମସ୍ତ SPଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ। ଏଥିସହ
ବାତ୍ୟା ଆଶ୍ରୟସ୍ଥଳୀରେ ପୋଲିସ ମୁତୟନ କରିବାକୁ ଏବଂ ସମୁଦ୍ର କୂଳରେ ମେରାଇନ୍ ପୋଲିସ ଲୋକଙ୍କୁ ସଚେତନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉପକୂଳ ଅଞ୍ଚଳରେ ଜନସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ ଟିମ୍ ର ଉପଯୁକ୍ତ ସ୍ଥାନରେ ମୁତୟନ ଏବଂ ଧନଜୀବନ ଉଦ୍ଧାରରେ ଭୂମିକା ଦିଗରେ ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଡିଜିପିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ, ଆଇଜି ଯୋଗାଯୋଗ ସତୀଶ ଗଜଭିୟେ ପ୍ରମୁଖ ଉପସ୍ଥିତ ଥିଲେ। ଭିଡିଓ କନଫରେନ୍ସରେ ଯୋଗ ଦେଇଥିଲେ ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ଡିଆଇଜି ଏବଂ ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଥିବା ସମସ୍ତ ଜିଲ୍ଲାର SP। ବାତ୍ୟା ମୁକାବିଲା ପାଇଁ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଅତିରିକ୍ତ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: Cyclone Dana: ଆସୁଛି ବାତ୍ୟା ‘ଦାନା’; ୩ ଦିନ ମଧ୍ୟରେ ବାତିଲ ହେଲା ୧୭୮ଟି ଟ୍ରେନ୍‌

NDRF Team Cyclone Dana
Advertisment
Advertisment