• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ।

ସେହିପରି ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ରାଜ୍ୟର ସବୁଠି ବର୍ଷା ଜାରି ରହିଛି । ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ମୌସୁମୀ ସକ୍ରିୟ ରହିଥିବା ବେଳେ ଏବେ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି ।

ଅଧିକ ପଢନ୍ତୁ : ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ; ଆଜି ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

୨୮ ତାରିଖ ଯାଏ ଜାରି ରହିବ ବର୍ଷା । ସେପଟେ ମାଲାକାନଗିରି ମୋଟୁ ସୀମାରେ ଫୁଲୁଛି ଗୋଦାବରୀ । ୩୨୬ ନମ୍ବର ଏନଏଚରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଛି ଯାତାୟାତ । ସେହିପରି ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ବିନିକା ବ୍ଲକ ରାସ୍ତା ଧୋଇଯାଇଛି । ସୁବର୍ଣ୍ଣପୁର ବିନିକା ବ୍ଲକ ବାଉସୁଣୀରୁ କଇନ୍ତରା ଗାଁକୁ ଯାଇଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି ।

ରାସ୍ତାରେ ପ୍ରାୟ ୮ଫୁଟର ଏକ ଘାଇ ସୃଷ୍ଟି ହୋଇଛି । ଫଳରେ ବାଉଁସୁଣୀ, କଇନ୍ତରା, ଘଣ୍ଟୋପାଳି, ଫବସି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ହୋଇଥିବା ବେଳେ ଏଥର ବି ଘାଇ ପଡିଛି । ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେପଟେ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ । ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ବୁଡ଼ିଛି ରାସ୍ତା, ଘରେ ପଶିଛି ପାଣି । ରାଜଧାନୀର ଶାନ୍ତି ପଥ, ନାରୋଜୀ ନଗର, ଭିକାଜୀ କାମା ଅଞ୍ଚଳ ଏବେ ପାଣି ଘେରରେ । ପରିସ୍ଥିତି ଏମିତି ହୋଇଛି କି ବନ୍ୟା ଭଳି ସ୍ଥିତି ଉପୁଜିଛି । ଶାନ୍ତି ପଥ ଅଞ୍ଚଳ ଯେଉଁଠି ଅନ୍ୟ ଦିନରେ ଚକାଚକ୍ ରାସ୍ତା ଥାଏ ଆଜି ପାଣିରେ ବୁଡ଼ି ବନ୍ୟା ଭଳି ପରିସ୍ଥିତି ଦେଖା ଦେଇଛି । ଦୂର ଦୂର ଯାଏଁ ରାସ୍ତା ଦେଖାଯାଉନି । ତା’ସହ ଅନେକ ତଳିଆ ଅଞ୍ଚଳ ପାଣିରେ ଏବେ ବୁଡ଼ି ଯାଇଛି।

ଅଧିକ ପଢନ୍ତୁ : ଆସନ୍ତା ୪ ଦିନ ଯାଏ ଆହୁରି ବର୍ଷିବ! ଟ୍ୱିନସିଟି ସମେତ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now