Advertisment

Vastu Tips: ସ୍ୱାମୀ-ସ୍ତ୍ରୀ ଭିତରେ ହେଉଛି କି ବାରମ୍ବାର ଝଗଡା… ମାନନ୍ତୁ ଏହି ୪ ବାସ୍ତୁଟିପ୍ସ, ହୋଇଯିବ ସବୁ ସମାଧାନ

ପରିବାର ଝଗଡା ପଛରେ ମଧ୍ୟ ବାସ୍ତୁଦୋଷ ଥାଇପାରେ। ବାସ୍ତୁଶାସ୍ତ୍ରରେ ଘରୋଇ ସମସ୍ୟାକୁ ଏଡାଇବା ପାଇଁ କିଛି ଟିପ୍ସ ମଧ୍ୟ ରହିଛି। ଏହାକୁ ଆପଣେଇବା ଦ୍ୱାରା ଯେତେ ବଡ ଘରୋଇ ସମସ୍ୟା ଥାଉ ପଛେ ତାହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ଜୀବନରୁ ଦୂରେଇ ଯାଏ। ତେବେ ଆସନ୍ତୁ ସେହି ବାସ୍ତୁ ଟିପ୍ସଗୁଡିକ କ’ଣ ଜାଣିନେବା।

ଅଦ୍ୟତନ ହୋଇଛି
If there are daily fights among family follow these vastu tips

If there are daily fights among family follow these vastu tips

Advertisment

ବିବାହ ପରେ, ସ୍ୱାମୀ-ସ୍ତ୍ରୀ ପରସ୍ପରର ସୁଖ-ଦୁଃଖର ସାଥୀ ହୋଇଯାଆନ୍ତି। ସେମାନେ ସାତ ଜନ୍ମ ପାଇଁ ପରସ୍ପରଙ୍କୁ ନ ଛାଡିବା ନେଇ ପ୍ରତିଶ୍ରୁତି ଦିଅନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ପ୍ରେମମୟ ହୋଇଯାଏ। ତଥାପି, ବେଳେବେଳେ ଏହି ସଂପର୍କରେ ଖେଟ୍‌ଖାଟ୍ ମଧ୍ୟ ଦେଖାଯାଏ।

Advertisment

ତେବେ ଏହା ମଧ୍ୟ କୁହାଯାଏ ଯେ ଯେଉଁଠାରେ ପ୍ରେମ ଅଛି, ସେଠାରେ ଝଗଡା ମଧ୍ୟ ଅଛି। କିନ୍ତୁ ବେଳେବେଳେ ଏହି ଝଗଡା ଏତେ ବଢିଯାଏ ଯେ ଯାହା ଚିନ୍ତାର ବିଷୟ ହୋଇଯାଏ। ଶେଷରେ ବିଚ୍ଛେଦ ଆଡକୁ ମଧ୍ୟ କଥା ଯାଏ।

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

Advertisment

ଆପଣ ଭାବିଛନ୍ତି କି ଏହା ପଛରେ ମଧ୍ୟ ବାସ୍ତୁଦୋଷ ଥାଇପାରେ। ବାସ୍ତୁଶାସ୍ତ୍ରରେ ଘରୋଇ ସମସ୍ୟାକୁ ଏଡାଇବା ପାଇଁ କିଛି ଟିପ୍ସ ମଧ୍ୟ ରହିଛି। ଏହାକୁ ଆପଣେଇବା ଦ୍ୱାରା ଯେତେ ବଡ ଘରୋଇ ସମସ୍ୟା ଥାଉ ପଛେ ତାହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ଜୀବନରୁ ଦୂରେଇ ଯାଏ। ତେବେ ଆସନ୍ତୁ ସେହି ବାସ୍ତୁ ଟିପ୍ସଗୁଡିକ କ’ଣ ଜାଣିନେବା।

ଉତ୍ତର-ପୂର୍ବ କୋଣକୁ ସଫା:

ଘରେ ସକରାତ୍ମକ ଶକ୍ତି ପ୍ରବାହିତ ହେବା ପାଇଁ ଉତ୍ତର-ପୂର୍ବ(ଐଶାନ୍ୟ) କୋଣକୁ ସଫା ରଖିବା ଅତ୍ୟନ୍ତ ଜରୁରୀ। ଉତ୍ତର-ପୂର୍ବ ଦିଗକୁ ଘରର ଐଶାନ୍ୟ କୋଣ କୁହାଯାଏ। ଯଦି ଏହି ଦିଗରେ କୋଣରେ ଆବର୍ଜନା ଜମାଥାଏ ତେବେ ତୁରନ୍ତ ଏହାକୁ ସଫା କରନ୍ତୁ। ଏଭଳି ଘରେ ନକାରାତ୍ମକ ଶକ୍ତି ବିସ୍ତାର କରେ। ତେଣୁ ସର୍ବଦା ଏହି ସ୍ଥାନକୁ ସଫା ରଖନ୍ତୁ।

Advertisment

ସୈନ୍ଦବ ଲୁଣ ରଖନ୍ତୁ:

କୁହାଯାଏ ଯେ ସୈନ୍ଦବ ଲୁଣ ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ଯଦି ଆପଣଙ୍କ ଘରେ ବାରମ୍ବାର ଏବଂ କ୍ରମାଗତ ଭବେ କଳି-ଝଗଡା ଲାଗୁଥାଏ, ତେବେ ଆପଣ ଏହି ପ୍ରତିକାରକୁ ମଧ୍ୟ ଚେଷ୍ଟା କରିପାରିବେ। ସୈନ୍ଧବ ଲୁଣର ଛୋଟ ଛୋଟ ପୁଡିଆ ପ୍ରସ୍ତୁତ କରି ଘରର ପ୍ରତ୍ୟେକ କୋଣରେ ରଖନ୍ତୁ।

ଅଧିକ ପଢ଼ନ୍ତୁ: ଏହି ବାସ୍ତୁଦୋଷ କାରଣରୁ ହୁଏ ମଧୁମେହ; ଜାଣନ୍ତୁ ପ୍ରତିକାରର ୮ଟି ଟିପ୍ସ

ମୁଖ୍ୟ ଦ୍ୱାରକୁ ସଫା:

ଘରର ମୁଖ୍ୟ ଦ୍ୱାର ସବୁବେଳେ ସଫା ରଖିବା ଉଚିତ। କୁହାଯାଏ ଯେ ସମସ୍ତ ଶକ୍ତି ଘରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥାଏ। ତେଣୁ ମୁଖ୍ୟ ଦ୍ୱାରକୁ ସର୍ବଦା ପରିଷ୍କାର ଏବଂ ପରିଚ୍ଛନ ରଖିବା ଉଚିତ। ଘରର ମୁଖ୍ୟ ଦ୍ୱାରକୁ ସଫା ରଖିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ।

ଘରେ ଭଗବାନଙ୍କ ପ୍ରତିମା ସ୍ଥାପନ:

ଘରେ ଭଗବାନଙ୍କ ପ୍ରତିମା ସ୍ଥାପନ କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ସଂଚାର ହୋଇଥାଏ। କେବଳ ଏତିକି ନୁହେଁ, ଧ୍ୟାନ ଦେବା ଉଚିତ ଯେ ଭଗବାନଙ୍କ ପ୍ରତିମାକୁ କେବେବି ମୁହାଁମୁହିଁ ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ପରିବାରରେ ଅଶାନ୍ତି ସୃଷ୍ଟି ହୁଏ।

ଅଧିକ ପଢ଼ନ୍ତୁ: ଏମିତି ଲଗାନ୍ତୁ ନାହିଁ ମନୀ ପ୍ଲାଣ୍ଟ; ହେଇଯିବେ ଲକ୍ଷ୍ମୀଛଡା...

Vastu Tips For Home Vastu Bichar Vastu Tips Vastu Shastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ