Advertisment

Vastu: ଗୃହ ନିର୍ମାଣ ଆରମ୍ଭରୁ ବାସ୍ତୁପୂଜା ନ କଲେ ମିଳେ ଏହି ଅଶୁଭ ଫଳ

କଥାରେ ଅଛି ଗୋ, କନ୍ୟା ଭୂମି , ଭାଗ୍ୟରେ ଥିଲେ ମିଳେ । ଏଣୁ ଆମେ ଯେତେବେଳେ ଭୂମିଟିଏ କ୍ରୟ କରି ସେଥିରେ ଗୃହ ନିର୍ମାଣ କରିବା, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠିକ୍‌ଭାବରେ ଭୂମିକୁ ଶୁଦ୍ଧ କରିବା ଦରକାର। ଏଥିସହ ଶୁଭ ମୂହୁର୍ତ୍ତକୁ ବାସ୍ତୁବିତଙ୍କ ପରାମର୍ଶ କ୍ରମେ ନିଶ୍ଚିତକରି ଉକ୍ତ ଶୁଭଦିନରେ ଶିଳା ସ୍ଥାପନ ପାଇଁ ପୂଜା ଏବଂ ସୂତ୍ର ପତନ ଅର୍ଥାତ୍ ଲେ-ଆଉଟ୍ କରିବା କଥା ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ଗୃହ ନିର୍ମାଣ ପୂର୍ବରୁ ଜାଣି ରଖନ୍ତୁ

ଗୃହ ନିର୍ମାଣ ପୂର୍ବରୁ ଜାଣି ରଖନ୍ତୁ

ବାସଗୃହ ନିର୍ମାଣ ନୀତିନିୟମ ର ଶାସ୍ତ୍ର ହେଉଛି ବାସ୍ତୁଶାସ୍ତ୍ର । ଏହା ବହୁ ପ୍ରାଚୀନ କାଳରୁ ପ୍ରଚଳିତ । ଏହା ଏକ ସ୍ୱୟଂସିଦ୍ଧ ବିଦ୍ୟା । ଏହି ବିଦ୍ୟାର ପ୍ରଚାର ପ୍ରସାର କେବଳ ଭାରତ ଭିତରେ ନୁହେଁ ସମସ୍ତ ବିଶ୍ୱରେ ଏହି ବିଦ୍ୟା ସର୍ବ ଆଦୃତ । ଏହା ଏକ ବିଜ୍ଞାନ ଭିତ୍ତିକ ବିଦ୍ୟା, କାରଣ ମାଟି-ପାଣି-ପବନ-ଆଲୋକ କୁ ବ୍ୟବହାର କରି ବାସ୍ତୁବିତ୍ ଗୃହ ନିର୍ମାଣ କରିଥାଏ । ସୁଖ, ଶାନ୍ତିରେ ରହିବା ପାଇଁ ନିଜର ଗୃହଟିର ଆବଶ୍ୟକତା ବହୁତ ବେଶି ।

Advertisment

ଏଣୁ ଯେକୌଣସି ଭୁମି ଉପରେ  ଗୃହ ନିର୍ମାଣ କରାଯିବା ଉଚିତ ନୁହେଁ । ଭୂମିକୁ ବାସ୍ତୁଶାସ୍ତ୍ରର ନିୟମ ଅନୁଯାୟୀ  ବାସ୍ତୁବିତ୍‌ଙ୍କ ଦ୍ୱାରା ପରୀକ୍ଷା  କରାଯାଇ, ବାସ୍ତୁକୁ ଶୁଦ୍ଧ କରି ଗୃହନିର୍ମାଣ କରିବା କଥା । ଯଦି ଠିକ୍ ଭାବରେ ଭୂମି ଚୟନ କରି ନଥିବେ ଏବଂ ସେହି ଭୂମିକୁ ବାସ୍ତୁଶାସ୍ତ୍ରର ନିୟମ ଅନୁଯାୟୀ ଗୃହ ନିର୍ମାଣ କରିନଥିବେ, ତେବେ ଅନେକ ସମସ୍ୟା ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ । ଯେକୌଣସି ସାଧାରଣ ଲୋକ ଯଦି ଏହିସବୁ ବାସ୍ତୁନିୟମ ପ୍ରତି ଅବଗତ ଥିବେ ତେବେ ନିଜ ପାଇଁ ଏକ ଶୁଭଦାୟକ ଗୃହଟିଏ ନିର୍ମାଣ କରିପାରିବେ ।

କଥାରେ ଅଛି ଗୋ, କନ୍ୟା ଭୂମି , ଭାଗ୍ୟରେ ଥିଲେ ମିଳେ । ଏଣୁ ଆମେ ଯେତେବେଳେ ଭୂମିଟିଏ କ୍ରୟ କରି ସେଥିରେ ଗୃହ ନିର୍ମାଣ କରିବା, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠିକ୍‌ଭାବରେ ଭୂମିକୁ ଶୁଦ୍ଧ କରି ଶୁଭ ମୂହୁର୍ତ୍ତ ବାସ୍ତୁବିତଙ୍କ ପରାମର୍ଶ କ୍ରମେ ନିଶ୍ଚିତକରି ଉକ୍ତ ଶୁଭଦିନ ଶିଳା ସ୍ଥାପନ ପାଇଁ ପୂଜା ଏବଂ ସୂତ୍ର ପତନ ଅର୍ଥାତ୍ ଲେ-ଆଉଟ୍ କରିବା କଥା । ଏହାର ଶାସ୍ତ୍ରୀୟ ବିଧାନ ନିମ୍ନରେ ଦେଉଛି ।

Advertisment

ବାସ୍ତୁ ପୁରଷ ହେଉଛନ୍ତି ବାସଗୃହ ପାଇଁ ପୂଜନୀୟ ଦେବତା । ତେଣୁ ଶୁଭଦିନ ନିର୍ଦ୍ଧାରଣ ପରେ ଐଶାନ୍ୟ କୋଣରେ ପରିଷ୍କାର ପରିଚ୍ଛନ କରି ପୁରୋହିତଙ୍କ ନିର୍ଦ୍ଦେଶାନୁକ୍ରମରେ ୮୧ ପଦ ବାସ୍ତୁ ମଣ୍ଡଳ ସ୍ଥାପନ କରି ପବିତ୍ର ମନରେ ସକୁଟୁମ୍ବେ ଏବଂ ସବାନ୍ଧବେ ପୂଜା ଆରମ୍ଭ କରିବେ ।

ସୂତ୍ର ପତନ ବା ଲେ-ଆଉଟ୍‌ର ବିଶେଷ ନିୟମ:

୧. ସୂତ୍ର ପତନ ପାଇଁ ନୂତନ ସୂତା ବ୍ୟବହାର କରିବେ ।

୨. ସୂତତ୍ର ପତନ ବା ଲେ ଆଉଟ୍ ସମୟରେ ସୂତା ଯେମିତ ଛିଣ୍ଡି ନଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବେ ।

୩. ଲେ -ଆଉଟ୍‌ରେ ପ୍ରତ୍ୟେକ କୋଣ ୯୦ଂ ଡିଗ୍ରୀ ରଖିବେ ।

୪. ଦକ୍ଷିଣ-ପଶ୍ଚିମ ଅର୍ଥାତ ନୈଋତ୍ୟ କୋଣକୁ ନିଶ୍ଚିତ ଭାବରେ ୯୦ଂ ରଖିବେ ।

୫. ଐଶାନ୍ୟ ଅର୍ଥାତ ଉତ୍ତର-ପୂର୍ବ କୋଣକୁ ସାମାନ୍ୟ ବୃଦ୍ଧି କରିଦେବା ଭଲ । ଭୂମିର ପୂର୍ବ-ଉତ୍ତରକୁ ଖୋଲାସ୍ଥାନ ଛାଡ଼ି ଭୂମିର ଦକ୍ଷଣ-ପଶ୍ଚିମ ଅର୍ଥାତ୍ ନୈଋତ୍ୟ କୋଣ ସ୍ଥାନରେ ଗୃହନିର୍ମାଣ କରିବେ । 

ଏହିପରି କଲେ ଭବିଷ୍ୟତରେ ଗୃହ ବୃଦ୍ଧି କରିବାକୁ ହେଲେ ଐଶାନ୍ୟ ଆଡକୁ ଗୃହ ବୃଦ୍ଧି କରିପାରିବେ ।

୬. ସୂତ୍ରପତନ ସମୟରେ ସୂତାକୁ ଡେଇଁବା, ସୂତା ଛିଡ଼ିବା, ମଣିଷର କ୍ରନ୍ଦନ, କୁକୁର କ୍ରନ୍ଦନ, କୁକୁର ଭୂକିବା,  ବିରାଡ଼ିମାନଙ୍କ କଳି, ଆଦି ଅଶୁଭ ସଂକେତ ପାଇଲେ ସୂତା ପକାଇବା ସ୍ଥଗିତ ରଖିବେ ଏବଂ ଅନ୍ୟ ଏକ ଶୁଭ ଦିନରେ ବାସ୍ତୁ ଶୋଧନ କରି ପୁନର୍ବାର ସୁତ୍ର ପତନ କରିବେ । 

Vastu Tips Vastu Tips In Odia Under-construction Vastu Tips For Home House
Advertisment
Advertisment