• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରୋମ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା । ଯେଉଁମାନେ ଗୁଗୁଲ କ୍ରୋମ ବ୍ୟବହାର କରୁଛନ୍ତି ସେମାନେ ଏହି ଖବରକୁ ପୁରା ପଢ଼ିବା ଆବଶ୍ୟକ । ଗୁଗୁଲ ପକ୍ଷରୁ ସବୁବେଳେ ଚେଷ୍ଟା କରାଯାଏ ଯେ, ୟୁଜର୍ସମାନେ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ । ୟୁଜର୍ସଙ୍କୁ ସବୁବେଳେ ଏରର ଫ୍ରି ଏବଂ ସହଜ ସରଳ ସେବା ଯୋଗାଇବା ପାଇଁ ଗୁଗୁଲ କାମ କରିଥାଏ । ସେଥିପାଇଁ ଅନେକ ସମୟ ଅପ୍‌ଡେଟ୍‌ ଭର୍ସନ ମଧ୍ୟ ଛାଡ଼ିଥାଏ । ତେବେ ଏହାରି ଭିତରେ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଖୁବ୍‌ଶୀଘ୍ର ଆଉ ଏକ ନୂଆ ଅପ୍‌ଡେଟ୍‌ ଭର୍ସନ ଆସିବ । ୟୁଜର୍ସମାନେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିବାକୁ ପଡ଼ିବ । କାରଣ ପୁରୁଣା ବ୍ରାଉଜରରେ ଏକ ମାରାତ୍ମକ ଭାଇରସ ଆସିବାର ସମ୍ଭାବନା ରହିଛି । ଯାହାକି ସାଧାରଣ ଲୋକଙ୍କ କମ୍ପ୍ୟୁଟର ପ୍ରତି ବିପଦ ସୃଷ୍ଟି କରିପାରେ । ଏମିତିକି ସେମାନଙ୍କ ଡାଟା ଚୋରି କରିବା ସହ କମ୍ପ୍ୟୁଟର ଖରାପ ମଧ୍ୟ କରିପାରେ । ଏହାସହ ୟୁଜର୍ସମାନଙ୍କର ତଥ୍ୟ ଚୋରି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଗୁଗୁଲ ଯେଉଁ ନୂଆ ଭର୍ସନ ବଜାରକୁ ଛାଡ଼ିବ ବା ଲଞ୍ଚ କରିବ ତାକୁ ତୁରନ୍ତ ୱିଣ୍ଡୋଜ୍ ୟୁଜର ଏବଂ ଲିନକ୍ସ ୟୁଜର ଅପ୍‌ଡେଟ୍‌ କରିବାକୁ ହେବ । 

ଗୁଗୁଲ କ୍ରୋମ ହେଉଛି ପୁରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ବ୍ରାଉଜର । ଅନେକ ସମୟ ଏହି ବ୍ରାଉଜର ନୂଆ ନୂଆ ଫିଚର ଆଣିଥାଏ । ହେଲେ ଏବେ ନିକଟରେ ଗୁଗୁଲ ପକ୍ଷରୁ କ୍ରୋମ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ ସିଭିୟରିଟି ସତର୍କ ଘଣ୍ଟି ଶୁଣାଇଛି । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏକ ଭାଇରାସ ଆସିଛି ଯାହାଦ୍ୱାରା ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହାକୁ CVE-2022-3723 ବୋଲି କୁହାଯାଇଛି ।

CVE-2022-3723 କ’ଣ ?

ଆଭାଷ୍ଟ ସିକ୍ୟୁରିଟି ପକ୍ଷରୁ କୁହାଯାଇଛି ଯେ, CVE-2022-3723 ‘ଏକ ପ୍ରକାର ଦ୍ୱନ୍ଦ୍ୱ’ । ଯାହାକି କ୍ରୋମ୍‌ର V8 ଜାଭାସ୍କ୍ରିପ୍ଟ ଇଞ୍ଜିନ୍‌ ଉପରେ ପ୍ରଭାବ ପକାଉଛି ।

କ୍ରୋମ୍‌ ବ୍ୟବହାରକାରୀ କରିବେ କ’ଣ ?

ତେବେ ଗୁଗୁଲ ପକ୍ଷରୁ ଏହାର ସମାଧାନ ପାଇଁ ରାସ୍ତା ବାହାର କରାଯାଇଛି । ଯାହାକୁ ସିକ୍ରେଟ୍‌ ରଖାଯାଇଛି । କମ୍ପ୍ୟାନୀ ପକ୍ଷରୁ ଚ୍ୟାନେଲକୁ ଅପ୍‌ଡେଟ୍‌ କରିବା ପାଇଁ ସବୁ ପ୍ରସ୍ତୁତି ସରିଛି । 107.0.5304.87 ନମ୍ବର ଚ୍ୟାନେଲ ମ୍ୟାକ୍‌ ଏବଂ ଲିନକ୍ସ ପାଇଁ ପ୍ରସ୍ତୁତ କରାଯାଇଥିବା ବେଳେ 107.0.5304.87/.88 ନମ୍ବର ଚ୍ୟାନେଲ ୱିଣ୍ଡୋଜ୍ ପାଇଁ ପ୍ରସ୍ତୁତ କରାଯାଇଛି । ତେଣୁ ବ୍ୟବହାରକାରୀ ତୁରନ୍ତୁ ଏହି ସଫ୍ଟଓୟାର ଲଞ୍ଚ ହେବା ପରେ ନିଜ ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟରକୁ ଏହି ଲାଟେଷ୍ଟ ଭର୍ସନ ଦ୍ୱାରା ଅପ୍‌ଡେଟ୍‌ କରିବାକୁ ହେବ । ଯାହାଦ୍ୱାରା କ୍ଷତିକାରକ ଭାଇରସ ଆଉ ୟୁଜର୍ସଙ୍କର କୌଣସି କ୍ଷତି କରିପାରିବ ନାହିଁ । ଆସନ୍ତା ସପ୍ତାହ ଭିତରେ ଏହି ନୂଆ ଅପ୍‌ଡେଟ୍‌ ଭର୍ସନ ୟୁଜର୍ସଙ୍କ ପାଖରେ ପହଞ୍ଚିଯିବ ।

କେମିତି କରିବେ କ୍ରୋମ୍‌ ଅପ୍‌ଡେଟ୍‌ ?

୧. ପ୍ରଥମେ ନିଜ କମ୍ପ୍ୟୁଟରରେ ଗୁଗୁଲ କ୍ରୋମ ଓପନ୍‌ କରନ୍ତୁ ।

୨. ଏହାପରେ ଡାହାଣ ପାର୍ଶ୍ୱ ଉପର କୋଣରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍‌ କରନ୍ତୁ ।

୩. ଏହାପରେ ମେନ୍ୟୁରେ ଥିବା ହେଲ୍ପ ଅପ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ ।

 

୪. ଏହାପରେ ଆପଣଙ୍କ ସାମ୍ନାକୁ ଆସିବ ଏବାଉଟ୍‌ ଗୁଗୁଲ କ୍ରୋମ୍‌ । ସେଥିରେ କ୍ଲିକ୍‌ କରନ୍ତୁ । ଏହାଦ୍ୱାରା ଏକ ନୂଆ ୱେବ୍‌ପେଜ୍‌ ଖୋଲିବ । ସେଥିରେ ଆପଣ ଯେଉଁ କ୍ରୋମ୍‌ ବ୍ୟବହାର କରୁଛନ୍ତି ତାର ପୁରା ତଥ୍ୟ ସାମ୍ନାକୁ ଆସିବ ।

୫.  ଏହାଦ୍ୱାରା ଆପଣ ଜାଣିପାରିବେ କେଉଁ ଭର୍ସନ ଗୁଗୁଲ କ୍ରୋମ ବ୍ୟବହାର କରୁଛନ୍ତି । ଯଦି ଆପଣ ଅପଡେଟ୍‌ ଭର୍ସନ ବ୍ୟବହାର କରୁନଥିବେ ତେବେ ‘ଅପ୍‌ଡେଟ୍‌ ଗୁଗୁଲ କ୍ରୋମ୍‌’ର ଏକ ଅପ୍‌ସନ୍‌ ଆସିବ । ଯଦି ଏହି ଅପ୍‌ସନ୍ ଆସୁନାହିଁ । ତେବେ ଜାଣିବେ ଆପଣ ଅପ୍‌ଡଟ୍‌ ଭର୍ସନ ବ୍ୟବହାର କରୁଛନ୍ତି ।

୬.  ଶେଷରେ ରି-ଲଞ୍ଚ ଉପରେ କ୍ଲିକ୍‌ କରନ୍ତୁ ।