Advertisment

ହ୍ୱାଟସ୍‌ଆପ୍‌ରେ ଆସୁଛି ନୂଆ ଫିଚର୍‌, ଏଣିକି ବିନା ଡାଉନଲୋଡ୍‌ରେ ଦେଖିପାରିବେ ଡକ୍ୟୁମେଣ୍ଟ

WA ବିଟାର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍‌ସ୍ ଆପ୍ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏକ ନୂତନ ଫିଚର୍‌ ପରୀକ୍ଷା କରୁଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Whatsapp

Whatsapp

ହ୍ୱାଟ୍‌ସ୍‌ଆପ୍ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ । ସମଗ୍ର ବିଶ୍ୱରେ ହ୍ୱାଟସ୍‌ଆପ୍‌ରେ ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି । ଅଧିକାଂଶ ଲୋକଙ୍କ ଦିନ ଆରମ୍ଭ ହ୍ୱାଟସ୍‌ଆପ୍‌ ମେସେଜ୍‌ ଯାଞ୍ଚ କରି ଆରମ୍ଭ ହୋଇଥାଏ । ତେବେ ମେଟା ମାଲିକାନାରେ ଥିବା ଏହି କମ୍ପାନୀ, ଗତ କିଛି ମାସ ମଧ୍ୟରେ ୟୁଜର୍ସଙ୍କ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଅନେକ ନୂତନ ଫିଚର୍ସ ଯୋଡ଼ିଛି। ବର୍ତ୍ତମାନ ହ୍ୱାଟସ୍‌ ଆପ୍ ଅନ୍ୟ ଏକ ଫିଚର୍ସ ଉପରେ କାମ କରୁଥିବା ଜଣାପଡ଼ିଛି। ଯାହା ୟୁଜର୍ସମାନଙ୍କ ପାଇଁ ଡକ୍ୟୁମେଣ୍ଟ୍ ସେୟାର କରିବାରେ ସହଜ ହେବ ।

Advertisment

WA ବିଟାର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍‌ସ୍ ଆପ୍ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏକ ନୂତନ ଫିଚର୍‌ ପରୀକ୍ଷା କରୁଛି। ରିପୋର୍ଟ ଅନୁଯାୟୀ, ଏହି ମେସେଜିଂ ଆପ୍ ଏକ ଡକ୍ୟୁମେଣ୍ଟକୁ ଡାଉନଲୋଡ୍‌ କରିବା ପୂର୍ବରୁ ପ୍ରିଭ୍ୟୁ ଅନ୍ତର୍ଭୂକ୍ତ କରିବାକୁ ଚିନ୍ତା କରୁଛି । ଏହାର ଅର୍ଥ ଯେତେବେଳେ ଆପଣଙ୍କୁ କେହି କିଛି ଡକ୍ୟୁମେଣ୍ଟ୍ ସେୟାର କରନ୍ତି, ତେବେ ଆପଣ ଏହାକୁ ଡାଉନଲୋଡ୍‌ କରି ଖୋଲିବା ପୂର୍ବରୁ ଏହାର ଏକ ଛୋଟ ଚିତ୍ର ଦେଖିବେ । ଏହା ଆପଣଙ୍କୁ ସଠିକ୍ ଡକ୍ୟୁମେଣ୍ଟ୍ ଡାଉନଲୋଡ୍‌ କରିବାରେ ସାହାଯ୍ୟ କରିବ । ବିଶେଷକରି ଯେତେବେଳେ ଆପଣ ଫଟୋ କିମ୍ବା ଭିଡିଓ ସେୟାର୍ କରୁଛନ୍ତି, ସେତେବେଳେ ଏହା ଉପଯୋଗୀ ହେବ। କାହିଁକି ନା ଆପଣ ଏକ ଡକ୍ୟୁମେଣ୍ଟକୁ ଓପନ ନ କରି ଏହାର କଣ୍ଟେଣ୍ଟକୁ ଜାଣି ପାରିବେ ।

ବର୍ତ୍ତମାନ ଆପଣ ଯଦି ହ୍ୱାଟସ୍ ଆପ୍‌ରେ ଏକ ଫଟୋ କିମ୍ବା ଭିଡିଓକୁ ଡକ୍ୟୁମେଣ୍ଟ ଭାବରେ ସେୟାର କରୁଛନ୍ତି, ତେବେ ଯାହାଙ୍କ ପାଖକୁ ପଠାଇଥିବେ ସେ ବିନା ଡାଉନଲୋଡ୍‌ରେ ଏହାକୁ ଦେଖିପାରିବେ ନାହିଁ। କିନ୍ତୁ ଏହି ନୂଆ ଫିଚର୍‌ ଆସିଲେ ଏହି ଅସୁବିଧାର ସମାଧାନ ହୋଇଯିବ। ଅର୍ଥାତ ଡାଉନଲୋଡ୍‌ ବିନା ମଧ୍ୟ ସେ ଫଟୋ ଓ ଭିଡିଓରେ ଥିବା କଣ୍ଟେଣ୍ଟ ଦେଖିପାରିବେ।

Advertisment
WhatsApp Whatsapp New Feature
Advertisment
Advertisment