• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ନୂଆ ଫିଚର ଆଣିଲା ହ୍ୱାଟ୍‌ସଆପ୍‌ । ଏହି ନୂଆ ଫିଚରକୁ ନେଇ ଅନେକ ୟୁଜର ଖୁସି ବ୍ୟକ୍ତ କରିବା ସହ ଏହା ଏକ ସ୍ୱାଗତ ଯୋଗ୍ୟ ଫିଚର ବୋଲି କହିଛନ୍ତି । ଆମେ ଜାଣିଛନ୍ତି ହ୍ୱାଟ୍‌ସଆପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ହ୍ୱାଟ୍‌ସଆପ୍‌ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ । ଆମେ ସମସ୍ତେ ଜାଣନ୍ତି ହ୍ୱାଟ୍‌ସଆପ୍‌ ଏମିତି ଏକ ଆପ୍‌ ଯାହାକି ସବୁବେଳେ ୟୁଜରମାନଙ୍କ ସୁବିଧା ପାଇଁ କିଛି ନା କିଛି ଏକ୍‌ସପେରିମେଣ୍ଟ କରିଥାଏ । ସଂସ୍ଥା ପକ୍ଷରୁ ଅନେକ ନୂଆ ଫିଚର ନିୟମିତ ଭାବେ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇଥାଏ । ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ ।

ଏଥିରେ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଫାଇଲ୍‌, ଭଏସ୍‌ ରେକର୍ଡିଂ ଆଦି ପଠାଇବା, ଏମିତିକି ଏଥିରେ ପେମେଣ୍ଟ କରିବାର ମଧ୍ୟ ସୁବିଧା ରହିଛି । ତେବେ ଏତେ ସବୁ ସୁବିଧା ପରେ ବି ଚନ୍ଦ୍ରରେ ଦାଗ ଭଳି କିଛି ନା କିଛି କେଁ ରହିଯାଉଛି ଏହି ଆପ୍‌ରେ । ତେବେ ସେହି ଅସୁବିଧାଟି ଆମେ ସମସ୍ତେ ଭୋଗୁଛନ୍ତି । ସେହି ସବୁ ସମସ୍ୟାର ସମାଧାନ ପାଇଁ ସଂସ୍ଥା ସବୁବେଳେ ତତ୍ପର । ତେଣୁ ଏହି ନୂଆ ଫିଚର ଅନେକଙ୍କ ସମସ୍ୟାର ସମାଧାନ କରିବ ବୋଲି ସଂସ୍ଥା ଆଶା ରହିଛି ।

ତେବେ ଏହି ନୂଆ ଫିଚରଟି ହେଲା, ଏଣିକି ହ୍ୱାଟ୍‌ସଆପ୍‌ରେ ଭିଡିଓ କଲ୍‌ ବେଳେ ଆଉ ଫଟୋ ବା ଭିଡିଓ ଛୋଟ ଦେଖାଯିବନି । ଏଣିକି ଫୁଲ୍‌ ସ୍କ୍ରିନ୍‌ରେ କରି ହେବ ଭିଡିଓ କଲିଂ । ଅର୍ଥାତ୍‌ ଲ୍ୟାଣ୍ଡସ୍କେପ୍‌ରେ ଦେଖାଯିବ ଭିଡିଓ ।

ସେହିଭଳି ହ୍ୱାଟ୍‌ସଆପ୍‌ରେ ଚାଟିଂ ଶୈଳୀ ଆହୁରି ଉନ୍ନତ ହୋଇଛି । ଉପଭୋକ୍ତାଙ୍କ ଅନୁଭୂତିକୁ ଆହୁରି ସହଜ ଓ ସୁନ୍ଦର କରିବାକୁ, ମେଟା ତିନୋଟି ନୂଆ ଆପ୍‌ଡେଡ୍‌ ଫିଚର ଆଣିଛି । ଭିଡିଓ କଲ୍ ପାଇଁ ଲ୍ୟାଣ୍ଡସ୍କେପ୍ ମୋଡ୍ ଆଣିଥିବା ସହ ଏକ ନୂଆ ଷ୍ଟିକର୍ ଟ୍ରେ ମଧ୍ୟ ଆଣିଛି ସଂସ୍ଥା । ଉପଭୋକ୍ତାମାନଙ୍କ ସୁବିଧା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଏହି ଫିଚର ଆଣିଛି ସଂସ୍ଥା ।

ଅଜଣା କଲରଙ୍କଠାରୁ ମିଳିବ ମୁକ୍ତି

ଏବେ ଆପଣଙ୍କୁ ହ୍ୱାଟ୍‌ସଆପ୍‌ରେ କୌଣସି ବି ଅଜଣା ବ୍ୟକ୍ତି କଲ କରି ହଇରାଣ କରିପାରିବେ ନାହିଁ । ଆପଣ ଏଭଳି କଲ୍ କରୁଥିବା ଲୋକଙ୍କୁ ସାଇଲେଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କୁ ସେଟିଂକୁ ଯାଇ ଫ୍ରାଇଭେସିକୁ ଯିବା ପଡ଼ିବ । ସେଠାରେ କଲ୍‌କୁ ଯାଇ 'ସାଇଲେନ୍ସ ଅନ୍‌ନୋନ୍‌ କଲ୍' ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଏହି ସବୁ ଫିଚର କେବଳ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଆଇଫୋନ୍‌ ୟୁଜର ହ୍ୱାଟ୍‌ସଆପ୍‌ ଅପ୍‌ଡେଟ୍‌ କରିବା ପରେ ଏହି ନୂଆ ଫିଚର ସବୁ ବ୍ୟବହାର କରିପାରିବେ ।

ଚାଟ୍‌ ଟ୍ରାନ୍ସଫର  

ହ୍ୱାଟସ୍ଆପ୍‌ର ଦ୍ୱିତୀୟ ନୂଆ ଫଚରଟି ହେଲା, 'ଚାଟ୍ ଟ୍ରାନ୍ସଫର୍' । ଏହି ଫିଚର ସାହାଯ୍ୟରେ, ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ମେସେଜ୍‌, ଚାଟ୍ ଏବଂ ଫଟୋକୁ ପୁରୁଣା ଆଇଫୋନରୁ ନୂତନ ଆଇଫୋନକୁ ସ୍ଥାନାନ୍ତର କରିପାରିବେ । ନୂଆ ଅପ୍‌ଡେଟ୍‌ ପରେ ହ୍ୱାଟସ୍‌ଆପ୍ ଚାଟ୍ ହିଷ୍ଟ୍ରି ସ୍ଥାନାନ୍ତର ପାଇଁ iCloud କିମ୍ବା ଲୋକାଲ୍ ବ୍ୟାକଅପ୍ ଆଉ ଆବଶ୍ୟକ ହେବ ନାହିଁ । iOS 15 ଏବଂ ପରବର୍ତ୍ତୀ ଏଡିସନର ସମସ୍ତ ହ୍ୱାଟସ୍ ଆପ୍‌ ଉପଭୋକ୍ତା ଏହାର ଲାଭ ଉଠାଇ ପାରିବେ । ଏଥିପାଇଁ ଆପଣ ପ୍ରଥମେ ସେଟିଂକୁ ଯାଆନ୍ତୁ ତାପରେ ଚାଟ୍ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଟ୍ରାନ୍‌ସଫର ଚାଟ୍‌ ଉପରେ କ୍ଲିକ୍‌ କରନ୍ତୁ ।

ଷ୍ଟିକର ଟ୍ରେ’

ଏହି ଦୁଇଟି ନୂଆ ଅପ୍‌ଡେଟ୍‌ ପରେ ତୃତୀୟ ଅପ୍‌ଡେଟ୍‌ ଫିଚର ହେଲା, ଷ୍ଟିକର ଟ୍ରେ । ଏଥିରେ ନୂଆ କରି ଡିଜାଇନ୍‌ କରାଯାଇଛି ସୁନ୍ଦର ସୁନ୍ଦର ଷ୍ଟିକର । ଏହାକୁ ଉପଭୋକ୍ତାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଡିଜାଇନ୍‌ କରାଯାଇଛି । ଏହା ଲୋକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ସଂସ୍ଥା ବିଶ୍ୱାସ ରଖିଛି ।