Advertisment

ଆସିଲା WhatsAppର ନୂଆ ଫିଚର: ଚାଟ୍‌ ଲକ୍‌ କରି ଲୁଚାଇ ପାରିବେ ପ୍ରାଇଭେଟ୍‌ ମେସେଜ୍‌

ମେଟା ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
WhatsApp New Feature Chat Lock Rolls Out

WhatsApp New Feature Chat Lock Rolls Out

ମେଟା ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା। ହେଲେ ଏବେ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ଫିଚର ୟୁଜର୍ସଙ୍କ ଚାଟ୍‌ ସିକ୍ୟୁରିଟି ସହ ଜଡ଼ିତ। ଏମିତିରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ WhatsAppରେ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପସନ୍‌ ପୂର୍ବରୁ ଉପଲବ୍ଧ ରହିଛି। 

Advertisment

ଅଧିକ ପଢ଼ନ୍ତୁ: ଏଣିକି ଗୋଟିଏ ନୁହେଁ, ୪ ମୋବାଇଲରେ ସମାନ ହ୍ୱାଟ୍‌ସଆପ୍‌

ଏସବୁ ପରେ ଯଦି ଆପଣଙ୍କ ଫୋନ୍‌ ଅନ୍‌ଲକ୍‌ ଅଛି ଓ କୌଣସି କାରଣ ବଶତଃ ଏହା କାହା ହାତରେ ଲାଗିଯାଏ, ତା’ହେଲେ ଅତି ସହଜରେ କେହିବି ଆପଣଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଆକ୍ସେସ୍‌ କରିପାରିବେ। ହେଲେ ଏବେ ଆଉ ଏମିତି ହେବନାହିଁ। ଏଥିପାଇଁ କମ୍ପାନୀ ଏକ ନୂଆ ସିକ୍ୟୁରିଟି ଫିଚର ସାମିଲ କରିଛି। ଏହା ସହାୟତାରେ ଆପଣ କୌଣସି ଚାଟ୍‌କୁ ଲକ୍‌ କରିପାରିବେ। 

କ’ଣ ରହିଛି ଏହି ନୂଆ ଫିଚରରେ...

WhatsApp Chat Lock ଫିଚର ସମସ୍ତ ୟୁଜର୍ସଙ୍କ ପାଇଁ ଏବେ ଉପଲ୍ଲବ୍ଧ କରାଯାଇଛି। ଏହା ସହାୟତାରେ ୟୁଜର୍ସ କୌଣସି ଗ୍ରୁପ୍‌ କିମ୍ବା ବ୍ୟକ୍ତିଗତ ଚାଟ୍‌(Individual Chat) କୁ ଲକ୍‌ କରିପାରିବେ। ଯଦ୍ୱାରା ଏହି ଚାଟ୍‌ସ୍‌କୁ କେବଳ ଆପଣ ହିଁ ଆକ୍ସେସ୍‌ କରିପାରିବେ। ହେଲେ ଏଥିପାଇଁ ଆପଣଙ୍କୁ ଡିଭାଇସ୍‌ ପିନ୍‌ କିମ୍ବା ବାୟୋମେଟ୍ରିକ୍ସ ଲକ୍‌ର ବ୍ୟବହାର କରିବାକୁ ହେବ।

Advertisment

ଏହି ଫିଚର ଫିଙ୍ଗରପ୍ରିଣ୍ଟ୍‌ ଲକ୍‌ କିମ୍ବା ଫେସ୍‌ ଲକ୍‌ରେ ହିଁ କାର୍ଯ୍ୟକାରୀ କରିପାରିବ। ଅର୍ଥାତ୍‌ ଆପଣ ଯଦି କୌଣସି ଚାଟ୍‌ ଲକ୍‌ କରିଛନ୍ତି, ତା’ହେଲେ ଏହାକୁ ଓପନ କରିବା ପାଇଁ ଆପଣଙ୍କୁ ପିନ୍‌, ଫିଙ୍ଗରପ୍ରିଣ୍ଟ କିମ୍ବା ଫେକସ୍‌ ଲକ୍‌ର ବ୍ୟବହାର କରିବାକୁ ପଡ଼ିବ। ଏହାପରେ ଆପଣ ଚାଟ୍‌ ଲକ୍‌ କଲେ, ହ୍ୱାଟ୍ସଆପ୍‌ ଉକ୍ତ ବାର୍ତ୍ତାଳାପର ଚାଟ୍‌ ନୋଟିଫିକେସନ୍‌କୁ ଲୁଚାଇ ଦେବ।

କେମିତି କାମ କରେ ଏହି ଫିଚର...

WhatsApp ର ଏହି ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ କିଛି ଷ୍ଟେପ୍‌ ଫଲୋ କରିବାକୁ ପଡ଼ିବ।

  • ସର୍ବପ୍ରଥମେ ଆପଣଙ୍କୁ ଆପ୍‌ ଓପନ୍‌ କରିବାକୁ ହେବ
  • ଏହାପରେ ଆପଣଙ୍କୁ କୌଣସି ଚାଟ୍‌କୁ ଯାଆନ୍ତୁ। ବ୍ୟକ୍ତିଗତ କିମ୍ବା କୌଣସି ଗ୍ରୁପ୍‌ ଉପରେ କ୍ଲିକ୍‌ କରନ୍ତୁ। 
  • ସ୍କ୍ରଲ୍‌ କରି ତଳକୁ ଯିବା ପରେ ଆପଣଙ୍କୁ Lock Chat ଅପ୍‌ସନ୍‌ ମିଳିବ
  • ଏହାପରେ ଆପଣଙ୍କୁ ପାସ୍‌ୱାର୍ଡ କିମ୍ବା ବାୟୋମେଟ୍ରିକ୍ସ ଭେରିଫାଏ କରିବାକୁ ପଡ଼ିବ। ଏଭଳି ଭାବେ ଆପଣ କୌଣସି ଚାଟ୍‌କୁ ଲକ୍‌ କରିପାରିବେ
WhatsApp
Advertisment
Advertisment