Advertisment

ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର୍‌: ୩୨ଜଣଙ୍କୁ ନେଇ ହୋଇପାରିବ ଭିଡିଓ କଲ୍

WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍‌ରେ ଆସିବ।

author-image
Chandan Shishu
ଅଦ୍ୟତନ ହୋଇଛି
Whatsapp Latest Features 2022

WhatsApp Call Links

ହ୍ୱାଟ୍ସ ଆପରେ ଆସିବ ନୂଆ ଫିଚର୍। ଏକାକାଳୀନ ୩୨ଜଣଙ୍କୁ ନେଇ ହୋଇପାରିବ ଭିଡିଓ ଓ ଭଏସ କଲ୍। କେବଳ ସେତିକି ନୁହେଁ, ଗୋଟିଏ ଲିଙ୍କ୍‌ ରେ ଏକାଧିକ ୟୁଜର ପରସ୍ପର ସହ କଥା ହୋଇପାରିବେ।  ୟୁଜରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ପାଇଁ ହ୍ୱାଟ୍ସଆପ୍‌ ପ୍ଲାଟଫର୍ମ ପ୍ରମୁଖ ଭୂମିକା ଗ୍ରହଣ କରିବ।

Advertisment

ମାର୍କ ଜୁକରବର୍ଗ ଫେସବୁକ୍‌ରେ କରିଥିବା ପୋଷ୍ଟ ଅନୁସାରେ ୟୁଜର ହ୍ୱାଟ୍ସଆପ୍‌ରେ Link Create କରିବେ। ସେମାନେ ଏହି Linkକୁ ଗ୍ରୁପ କିମ୍ବା ପର୍ସନାଲ ସେୟାର କରିପାରିବେ। ଦିଆଯାଇଥିବା Linkରେ Click କରି Join ହୋଇପାରିବେ ଓ ପରସ୍ପର ସହ କଥା ହୋଇପାରିବେ। ଏହି (Create Call Links) ଲିଙ୍କ ଅପ୍ସନ୍‌ରେ କ୍ଲିକ୍‌ କରି କେବଳ ଭିଡିଓ କଲ୍‌ ନୁହେଁ, ବରଂ ଚାହିଁଲେ ଅଡିଓ କଲ କରିପାରିବେ। ଏହି ଫିଚର୍‌ ଏହି ସପ୍ତାହରେ ଆସିପାରେ ବୋଲି କୁହାଯାଇଛି।

ହ୍ୱାଟ୍ସଆପ୍‌ରେ ୩୨ ଜଣ ୟୁଜର ଏକାବେଳକେ କଲ୍ କରିପାରିବେ ବୋଲି ହ୍ୱାଟ୍ସଆପ୍‌ ଘୋଷଣା କରିସାରିଛି। ସେହି ସମୟରେ ଏହି ପ୍ଲାଟଫର୍ମରେ ୩୨ ଜଣ ପର୍ଯ୍ୟନ୍ତ ଚାହିଁଲେ ଗ୍ରୁପ୍ ଭଏସ କଲ୍ କରିପାରିବେ। ଏବେ ଭିଡିଓ କଲ୍‌ରେ କେବଳ ୮ଜଣ ରହିପାରିବେ। ତେବେ ଏହାସହ ନୂଆ ଫିଚର୍‌ ତଥା ଆପଣଙ୍କ ଫେସ୍‌ର ଷ୍ଟିକର ପ୍ୟାକ୍‌ ଆଣିବା ପାଇଁ ଯୋଜନା କରୁଛି ହ୍ୱାଟ୍ସଆପ୍।  

Advertisment

WABetaInfo ରିପୋର୍ଟ ଅନୁସାରେ ଅବତାର୍ ହ୍ୱାଟ୍ସଆପ୍‌ରେ ଆସିବ।। ଆଗରୁ କାର୍ଟୁନ୍ ଅବତାର୍ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ଆସିସାରିଛି। ତେବେ ଭିଡିଓ କଲ ଓ ଚାଟିଂ ବେଳେ ଏହି କାର୍ଟୁନ୍‌ ଅବତାର ଫେସ୍‌ ଆକାରରେ ଡିସପ୍ଲେ ହେବ।  

WhatsApp Mark Zuckerberg Social Media
Advertisment
Advertisment