/odishatv-khabar/media/post_attachments/uploadimage/library/16_9/16_9_0/Mosquito_1667317523.jpg)
Mosquito
ମଶାରେ କରୁଛି ଗୁଇନ୍ଦାଗିରି । ମଶା ପଛରେ ଲେଖାଯାଇଛି ନମ୍ବର । ସାଧାରଣ ମଶାଠାରୁ ଦେଖାଯାଉଛି ଭିନ୍ନ । ଆଶ୍ଚର୍ଯ୍ୟ ଲାଗୁଛି ନା । ଆମେ ବି ଯେତେବେଳେ ଏହା ଦେଖିଲୁ ସେମିତି ଆଶ୍ଚର୍ଯ୍ୟ ହୋଇଗଲୁ । ମଶା କରୁଛି ଗୁଇନ୍ଦାଗିରି । ଶୁଣିବା ବେଳକୁ ଟିକେ ଅଜିବ୍ ଲାଗୁଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏନେଇ ପୁରା ତଥ୍ୟ ସାମ୍ନାକୁ ଆସିଛି । ଏହା କେତେ ସତ କେତେ ମିଛ ସେନେଇ ଠୋସ୍ ପ୍ରମାଣ ନଥିଲେ ମଧ୍ୟ ମଶାକୁ ଦେଖିଲେ ଗୁଇନ୍ଦାଗିରି କରୁଥିବା ଆଶଙ୍କାକୁ ଏତେ ସହଜରେ ଏଡ଼ାଇ ଦିଆଯାଇନପାରେ ।
ତେବେ ପୁରା ଘଟଣାଟି ହେଲା, ଜଣେ ଟିକ୍ଟକର ବା ଇନ୍ଷ୍ଟାଗ୍ରାମର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ମଶାକୁ ନେଇ କିଛି ଗବେଶଣା କରୁଥିବା ଭଳି ଦେଖାଯାଉଛି । ଆଉ ମଶା ପଛପଟେ ଏକ ନମ୍ବର ମଧ୍ୟ ଲେଖାଯାଇଛି । ଏଭଳି ମଶାକୁ ନେଇ ଦୁଇ ଦୁଇଟି ପୋଷ୍ଟ ସାମ୍ନାକୁ ଆସିଛି । ଆଉ ମଶା ପିଠିରେ ଭିନ୍ନ ଭିନ୍ନ ନମ୍ବର ବା ସଂଖ୍ୟା ଲେଖାଯାଇଥିବା ଦେଖାଯାଇଛି । ତେବେ ଏହି ମଶାକୁ ଦେଖିଲେ ଯେକେହି ବି ଭାବିବ ଯେ, ଏହି ମଶାକୁ ନେଇ କିଛି ଗବେଶଣା କରାଯାଛି । ନଚେତ ମଶା ପିଠିରେ ସଂଖ୍ୟା କାହିଁକି ବା ଲେଖାଯିବ ।
ତେବେ ଗୁଇନ୍ଦାଗିରି ପାଇଁ ମଶା ଭଳି କିଟକୁ ବାଛିବା ନିହାତି ଭାବେ ଏକ ବଡ଼ ନିଷ୍ପତ୍ତି । କାରଣ ସାଧାରଣତଃ ପ୍ରତ୍ୟେକ ଘରେ ମଶା ରହିଥାଏ । ମଶା କାମୁଡ଼ିବା ଏକ ସାଧାରଣ କଥା । ଯଦି ଘରେ ମଶା ବୁଲୁଛନ୍ତି ତେବେ ଆମ ମନରେ କୌଣସି ପ୍ରକାର ଶଙ୍କା ଆସିବ ନାହିଁ । ତେଣୁ ଯେକେହି ବି ଦ୍ୱାରା ଏହି ଗବେଶଣା କରୁଛନ୍ତି ବା ପରୀକ୍ଷା ନୀରିକ୍ଷା କରୁଛନ୍ତି ସେ ଖୁବ୍ ଭାବିଚିନ୍ତି କରୁଛନ୍ତି । ଏହି ଗୁଇନ୍ଦା ମଶାକୁ ନେଇ ଯେଉଁ ଦୁଇଟି ପୋଷ୍ଟ ସାମ୍ନାକୁ ଆସିଛି, ସେଖିରେ ଗୋଟିଏ ମଶା ପିଠିରେ ସଂଖ୍ୟା ୩୮ ଲେଖାଯାଇଥିଲା । ଠିକ୍ ଏହାର ଗୋଟିଏ ଦିନରେ ଆଉ ଏକ ମଶା ପିଠିରେ ଭିନ୍ନ ନମ୍ବର ଥାଇ ପୋଷ୍ଟ ସାମ୍ନାକୁ ଆସିଥିଲା ।
ତେବେ ଏହା ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ । ଲୋକଙ୍କ ବିଷୟରେ ଜାସୁସି କରିବା ପାଇଁ ଏହାକୁ ପ୍ରସ୍ତୁତ କରାଇଛି । ତେବେ କେବଳ ଏହି ଦୁଇଟି ମଶା ନୁହେଁ ଏଭଳି ଅନେକ ମଶା ପ୍ରସ୍ତୁତ କରାଯାଇଥିବା ଆଶଙ୍କା କରାଯାଉଛି । ଯିଏ ବି ଏହାକୁ ନେଇ ଗବେଶଣା କରୁଛି ସେ ସେହି ମଶାଗୁଡ଼ିକୁ ଟ୍ରାକ୍ କରିବା ଉଦେଶ୍ୟରେ ସେମାନଙ୍କ ପିଠିରେ ନମ୍ବର ଲେଖିଥିବା ଅନୁମାନ କରାଯାଉଛି । ତେବେ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମର ଓ ଟିକ୍ଟକର ଲିଆମ୍ ଡିକ୍ସନ ପୋଷ୍ଟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)