Advertisment

Humanoid Robot: ଆସିଗଲା ଦୁନିଆର ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ରୋବୋଟ , ବିପଦରେ ମଣିଷର ଅସ୍ତିତ୍ବ ! ଦରକାର ପଡ଼ିବନି କାହାର ସାହାଯ୍ୟ

ବିଚକ୍ଷଣ ରୋବୋଟ , ମଣିଷକୁ ଦେବ ଟକ୍କର । ୨୪ ଘଣ୍ଟା ନନଷ୍ଟମ୍ କାମ କରିବ, ଆଉ ବ୍ୟାଟେରୀ ସରିଗଲେ ନିଜେ ନିଜର ବ୍ୟାଟେରୀ ବଦଳେଇପାରିବ । ଏଥିପାଇଁ ଦରକାର ପଡିବନି ମଣିଷର ସାହାଯ୍ୟ । ଏହା ଦୁନିଆର ପ୍ରଥମ ସ୍ବତନ୍ତ୍ର ରୋବର୍ଟ । ଏହି ରୋବୋଟର ନାଁ ୱାକର ଏସ୍-2 । ୟୁବିଟେକ୍ ରୋବଟିକ୍ସ ଏହାକୁ ଡେଭଲପ୍ କରିଛି । ଏହି ରୋବୋଟ ୭ ଦିନ ଯାଏ ଲଗାତାର ୨୪ ଘଣ୍ଟା କାମ କରିପାରିବ । ଆଉ ବ୍ୟାଟେରୀ ଡାଉନ ହେଲେ ନିଜେ ଚାର୍ଜ କରିବ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
robert

robert

ବିଚକ୍ଷଣ ରୋବୋଟ, ମଣିଷକୁ ଦେବ ଟକ୍କର । ୨୪ ଘଣ୍ଟା ନନଷ୍ଟମ୍ କାମ କରିବ, ଆଉ ବ୍ୟାଟେରୀ ସରିଗଲେ ନିଜେ ନିଜର ବ୍ୟାଟେରୀ ବଦଳେଇପାରିବ । ଏଥିପାଇଁ ଦରକାର ପଡିବନି ମଣିଷର ସାହାଯ୍ୟ । ଏହା ଦୁନିଆର ପ୍ରଥମ ସ୍ବତନ୍ତ୍ର ରୋବଟ । ଏହି ରୋବୋର୍ଟର ନାଁ ୱାକର ଏସ୍-2 । ୟୁବିଟେକ୍ ରୋବଟିକ୍ସ ଏହାକୁ ଡେଭଲପ୍ କରିଛି । ଏହି ରୋବୋର୍ଟ ୭ ଦିନ ଯାଏ ଲଗାତାର ୨୪ ଘଣ୍ଟା କାମ କରିପାରିବ । ଆଉ ବ୍ୟାଟେରୀ ଡାଉନ ହେଲେ ନିଜେ ଚାର୍ଜ କରିବ । ତେଣୁ ଏହାକୁ ଦୁନିଆର ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ରୋବର୍ଟ ବୋଲି କୁହାଯାଉଛି ।

Advertisment

ଏହି ରୋବଟର ଉଚ୍ଚତା ୫ ଫୁଟ ୩ ଇଞ୍ଚ ଏବଂ ଏହାର ଓଜନ ପାଖାପାଖି ୪୩ ଗ୍ରାମ୍ । ୱାଇ ଫାଇ ଏବଂ ବ୍ଲୁ ଟୁଥରେ କନେକଟ୍ ହୋଇ ଏହା କାମ କରିପାରିବ ,ଏଥିରେ ୪୮ ଭୋଲଟ୍ ଲିଥିୟମ୍ ଡବଲ ବ୍ୟାଟେରୀ ସିଷ୍ଟମ ରହିଛି ଯାହା ଦୁଇ ଘଣ୍ଟା କାମ କରିପାରିବ ଏବଂ ୪ ଘଣ୍ଟା ଷ୍ଟାଣ୍ଡିଙ୍ଗ ମୋଡରେ ରହିପାରିବ । ବ୍ୟାଟେରୀ ପୁରା ଚାର୍ଜ ହେବାକୁ ୯୦ ମିନିଟ୍ ଲାଗିବ । ଓାକର ଏସ୍-2କୁ ମୁଖ୍ୟତଃ ଫ୍ୟାକ୍ଟ୍ରି ଏବଂ ପବ୍ଲିକ ପ୍ଲେସ୍ ପାଇଁ ତିଆରି କରାଯାଇଛି ।

ଏହି ରୋବୋଟ କଷ୍ଟମର ସହ କଥା ହୋଇପାରିବା ସହ ନିଜ କାମ ନିଜେ କରିପାରିବ । ୟୁବିଟେକ୍ ରୋବଟିକ୍ସ କମ୍ପାନୀ ୨୦୧୨ରେ ସ୍ଥାପନା ହୋଇଥିଲା । ହ୍ୟୁମାନ ରୋବୋଟ ଏବଂ ସ୍ମାର୍ଟ ସେବା ପାଇଁ ବେଶ୍ ଜଣାଶୁଣା ଏହି କମ୍ପାନୀ । ତେବେ ହ୍ୟୁମାନ ରୋବୋଟ ହେଲେ ତାହା ମନୁଷ୍ୟ ସମାଜ ପାଇଁ ଲାଭ ହେବ ନା କ୍ଷତି ହେବ ତାହା ତ ଆଗକୁ ଜଣାପଡିବ ।

Advertisment

Advertisment
Related Articles
Advertisment