/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753861239.jpg)
UPI Rules Set to Change from August 1
ଆସନ୍ତା ଅଗଷ୍ଟ ୧ରୁ ବଦଳିବ ୟୁପିଆଇ ନିୟମ । ଡିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର ହେଉଥିବା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟଫେସ ବା UPI ନିୟମରେ ଅନେକ ପରିବର୍ତ୍ତନ ହେବ । UPI ବ୍ୟବହାରର ଗୁଣବତ୍ତା ବଢ଼ାଇବା ପାଇଁ NPCI ବା ନ୍ୟାସନାସଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଏହି ପଦକ୍ଷେପ ନେଇଛି ।
ୟୁପିଆଇ ଦ୍ବାରା ନିୟମିତ ବାଲାନ୍ସ ଚେକ୍ ଉପରେ କଟକଣା ଲାଗିବ। ନୂଆ ଗାଇଡ ଲାଇନ ଅନୁଯାୟୀ ଜଣେ ବ୍ୟବହାରକାରି ଗୋଟିଏ ୟୁପିଆଇ ଆପରେ ଦିନକୁ ୫୦ ଥର ବାଲାନ୍ସ ଚେକ କରିପାରିବେ । ୨୪ ଘଣ୍ଟାରେ ୫୦ ଥର ବାଲାନ୍ସ ଚେକ ପାଇଁ ଅନୁମତି ମିଳିବ । ପିକ୍ ଆୱାରରେ ଲୋଡ୍ କମାଇବା ପାଇଁ ଏଭଳି ନିୟମ ଆସିଛି ।
ଆବଶ୍ୟକ ସ୍ଥଳରେ ୟୁପିଆଇ ଆପ୍ ବାଲାନସ ଚେକ ଅନୁମତିକୁ କମାଇପାରିବ କିମ୍ବା ବନ୍ଦ କରିପାରିବ । ଏହାଛଡ଼ା ପ୍ରତି ସଫଳ ଟ୍ରାନଜାକ୍ସନ ପରେ ବ୍ୟାଙ୍କ ବାଲାନ୍ସ ମେସେଜ ଗ୍ରାହକଙ୍କୁ ପଠାଇବ। ୟୁପିଆଇ ଆପ୍ ବ୍ୟବହାର କରି ଜଣେ ୟୁଜର ଗୋଟିଏ ଆପରେ ଦିନକୁ ଅର୍ଥାତ ୨୪ ଘଣ୍ଟାରେ ୨୫ଟି ଆକାଉଣ୍ଟ ଯୋଡ଼ିପାରିବେ । ଅଟୋ ଡେବିଟ୍ ପାଇଁ ମଧ୍ୟ ଆସିଛି ନୂଆ ଗାଇଡ ଲାଇନ୍ । ଏଥିପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । କେବଳ ନନ୍ ପିକ୍ ଆୱାରରେ ହିଁ ଅଟୋ ଡେବିଟ୍ ଲାଗୁ ହେବ । ଟ୍ରାନଜାକସନ ପୂର୍ବରୁ ଆପରେ ଟଙ୍କା ପଠାଯାଉଥିବା ବ୍ୟକ୍ତିଙ୍କ ବ୍ୟାଙ୍କରେ ରେଜିଷ୍ଟ୍ରେସନ ଥିବା ଗ୍ରାହକଙ୍କ ନାଁ ଦେଖାଯିବ ।
ଆସନ୍ତାକାଲି ସୁଦ୍ଧା ଆପ୍ଲିକେସନରେ ଏହି ସବୁ ପରିବର୍ତ୍ତନ କରି ଅଗଷ୍ଟ ୧ରୁ ଲାଗୁ ପାଇଁ ସମସ୍ତ ସର୍ଭିସ ପ୍ରୋଭାଇଡରଙ୍କୁ NPCI ନିର୍ଦ୍ଦେଶ ଦେଇଛି । ଏଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)