/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670038039.jpg)
Phonepe OTP
ଓଟିପି ଆସିଲା, ମୋବାଇଲରୁ ଟଙ୍କା କଟିଲା । ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ୬ ଲକ୍ଷ ୫୦ ହଜାର ଟଙ୍କା । କାଳ ହେଲା ଫୋନ୍ ପେ’ । ଏମିତି ଭୟାନକ ସାଇବର ଠକେଇ ହୋଇଛି ନୂଆପଡାରେ । ଅଭିଯୋଗ ଅନୁସାରେ, ମୋବାଇଲକୁ ଆସିଥିଲା ଏକ ଓଟିପି । ଆଉ ଏହି ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।
ଆମେ କହୁଛୁ ନୂଆପଡା ସଦର ମହକୁମାର ଅବସରପ୍ରାପ୍ତ କର୍ମଚାରୀ ସୁରଜିତ୍ ସିଂ ମହାରଥାଙ୍କ କଥା । ମହାରଥାଙ୍କ ଅଭିଯୋଗ ଅନୁସାରେ, ସେ ଜଣକୁ ୨୬ ହଜାର ଟଙ୍କା ପଠାଇବାର ଥିଲା । ଗୁଗୁଲ ପେ’ରେ ଟଙ୍କା ନଯିବାରୁ ଫୋନ ପେ’ରେ ପଠାଇଲେ । ହଠାତ୍ ମୋବାଇଲକୁ ୟୋନୋ ଅପଡେଟ କରିବା ପାଇଁ ଏକ ମେସେଜ ଆସିଲା । ଆଉ ଓଟିପିକୁ କ୍ଲିକ କରିବା ପରେ ଆକାଉଣ୍ଟରୁ ୬ ଲକ୍ଷ ୫୦ ହଜାର ଟଙ୍କା ଚାଲିଗଲା । କିନ୍ତୁ କାହିଁକି ଆକାଉଣ୍ଟରୁ ଟଙ୍କା କଟିଲା ସେନେଇ କିଛି ଜାଣିପାରିନଥିଲେ ସୁରଜିତ୍ ।
ତେବେ ଆକାଉଣ୍ଟରୁ ଟଙ୍କା କଟିବା ପରେ ସାଙ୍ଗେ ସାଙ୍ଗେ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ସୁରଜିତ୍ । ହେଲେ ଘଟଣା ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରୟା ମିଳିପାରିନାହିଁ । କିନ୍ତୁ ଆକାଉଣ୍ଟରୁ ଏତେ ଗୁଡାଏ ଟଙ୍କା କଟିଯାଇଥିବାରୁ ପୂରା ଅଂଚଳରେ ଜୋର ଧରିଛି ଚର୍ଚ୍ଚା ।
(ରିପୋର୍ଟ- ମାୟାଧର ସରାଫ, ନୂଆପଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)